କାଲିଠୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ : କାଲିଠାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । କରୋନା ସତର୍କତା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । କେବଳ ସେବାୟତମାନେ ମନ୍ଦିର ଭିତରକୁ ଯାଇପାରିବେ । ନୀତି କାନ୍ତି ପାଇଁ ସେବାୟତମାନେ ମନ୍ଦିରକୁ ପ୍ରବେଶ କରିପାରିବେ । କାଳିଆ ଦର୍ଶନ ପାଇଁ କରୋନା ଗ୍ରହଣ ସାଜିଛି । କରୋନା ଭୁତାଣୁଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଶ୍ରୀମନ୍ଦିରରେ ଭକ୍ତମାନେ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ଦର୍ଶନ କରିପାରିବେ ନାହିଁ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷ୍ଣନ କୁମାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ