ବାଲି ଓଭରଲୋଡିଂ ଯୋଗୁଁ ୭ଟି ଟିପ୍ପରରୁ ୬ଲକ୍ଷ ୫୦ହଜାର ଟଙ୍କା ଜରିମାନା

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୭ଗୋଟି ଟିପ୍ପରରେ ଓଭର ଲୋଡିଂ ହୋଇ ବାଲି ଚାଲାଣ ହେଉଥିବାବେଳେ ସେଗୁଡିକୁ ଜବତ କରାଯାଇ ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଏହି ୭ଗୋଟି ଟିପ୍ପରୁ ମୋଟ ୬ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ । ଏହି ଟିପ୍ପର ଗୁଡିକ ହେଲା ଗାଡି ନଂ ଏପି୩୧ଟିଏଚ୍ ୫୭୭୮, ଏପି୩୯ଟିଏଚ୍ ୭୭୫୨, ଗାଡି ନଂ ଓଡି ୧୮ଏ ୪୩୧୬, ଗାଡି ନଂ ଏପି ୨୦ଟିସି ୧୭୮୯, ଏପି ୩୧ଟିଏଚ୍ ୩୩୨୧, ଏପି ୩୦ଟିଏଚ୍ ୮୪୪୮ ଇତ୍ୟାଦି ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ