କୁକୁଡ଼ାକୁ ଦେଖିଲେ ନାକ ଟେକୁଛନ୍ତି ଲୋକେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଫାର୍ମ ମାଲିକ

ହିଞ୍ଜିଳିକାଟ (ଶେଷଦେବ ସାହୁ): ମାରାତ୍ମକ କରୋନା ଭୁତାଣକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ । ଏଭଳି ପରିସ୍ଥିତିରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ସ୍ୱାସ୍ଥ୍ୟପକ୍ଷେ ଅନୁପଯୋଗୀ ବୋଲି ଏକ ପ୍ରକାର ଗୁଜବ ପ୍ରଚାରିତ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ବ୍ରଏଲର କୁକୁଡ଼ା, କୁକୁଡ଼ା ମାଂସ, ଅଣ୍ଡାର ବିକ୍ରି କ୍ରମଶଃ କମିବାରେ ଲାଗିଛି । ସଂମ୍ପ୍ରତି କରୋନାକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କର ବାତାବରଣ ଦେଖା ଦେଇଥିବା ବେଳେ ଏହାର ସିଧା ପ୍ରଭାବ ବ୍ରଏଲର କୁକୁଡ଼ା ବିକ୍ରି ଉପରେ ରୋକ୍ ଲାଗିଛି । ବ୍ରଏଲର କୁକୁଡ଼ା ଦର ଯଥେଷ୍ଟ କମିଥିଲେ ମଧ୍ୟ ଲୋକେ ଚିକେନ୍ ଖାଇବାକୁ ପୂର୍ବପରି ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି । କରୋନା ଭାଇରସ ଆତଙ୍କଯୋଗୁଁ ବର୍ତମାନ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ କୁକୁଡ଼ା ଗୋଟାକୁ ୪୦ରୁ ୫୦ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ କିଲୋ ପିଛା ୨୦ ଟଙ୍କାରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି । ପୂର୍ବରୁ କୁକୁଡ଼ା କିଲୋ ପିଛା ୮୦ ଟଙ୍କା ରହିଥିବା ବେଳେ ଚିକେନ କିଲୋ ପିଛା ୧୪୦ ଟଙ୍କାରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଥିଲା । ଗତ କିଛି ଦିନ ପୂର୍ବରୁ ଚିକେନ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଦୈନିକ ୪ଶହ ରୁ ୫ଶହ କିଲୋ ଚିକେନ ବିକ୍ରି କରୁଥିବା ବେଳେ ବର୍ତମାନ ପରିସ୍ଥିତିରେ ଦୈନିକ ୧୦ କିଲୋ ବିକ୍ରି କରିବା ମୁସ୍କିଲ ହୋଇ ପଡ଼ିଛି । ରାଜ୍ୟ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ ଦେଇ ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ କୁକୁଡ଼ା ବ୍ୟବସାୟ କରୁଥିବା ମାଲିକ ମାନେ ବହୁ କ୍ଷତିର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି । ଏପରିକି ସଂମ୍ପ୍ରତି ପରିସ୍ଥିତରେ ବ୍ରଏଲର କୁକୁଡ଼ା ଫାର୍ମ କରିଥିବା ମାଲିକ ମାନେ ଫାର୍ମ କର୍ମଚାରୀଙ୍କୁ ବେତଦ ଦେବା ଅସମ୍ଭ ହୋଇ ପଡ଼ିଛି । ବ୍ରଏଲର କୁକୁଡ଼ା କିମ୍ବା ଅଣ୍ଡା ସହ କରୋନା ଭାଇରସର କୌଣସି ସମ୍ପର୍କ ନଥିବା ନେଇ ସରକାର ସ୍ପଷ୍ଟ କରିଥିଲେ ମଧ୍ୟ ଲୋକେ ଆମିଷ ଖାଇବାରୁ ମୁହଁ ଫେରାଇ ନେଉଛନ୍ତି । ଗତ କିଛି ଦିନ ଧରି ସ୍ଥାନୀୟ ଅଂଚଳର ଲୋକେ ଏକ ପ୍ରକାର ଆମିଷ ଖାଇବା ବନ୍ଦ କରି ଦେଇଛନ୍ତି । କରୋନା ଭାଇରସ ଲୋକଙ୍କ ମନରେ ଦିନକୁ ଦିନ ବଢି ଚାଲିଛି । ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ଗୁଜବକୁ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ଲୋକେ ଆମିଷ ନାଁ ପଡ଼ିଲେ ଘୃଣାରେ ନାକ ଟେକୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ