କରୋନା ପାଇଁ ଛେନାପଦି ତାରିଣୀ ମନ୍ଦିର ବନ୍ଦ
ହାଟଡ଼ିହି : କରୋନା ଭୁତାଣୁ ସଂକ୍ରମଣକୁ ରୋକିବାପାଇଁ ଜିଲ୍ଲା ପ୍ରଶାସନର କଡା ପଦକ୍ଷେପ ପରେ ଆଜିଠାରୁ ହାଟଡିହି ଅଞ୍ଚଳରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରରେ ତାଲା ପଡିଥିବା ଦେଖିବାକୁ ମିଳିଛି । ଗତକାଲି ଆନନ୍ଦପୁର ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ ସମସ୍ତ ମନ୍ଦିର ପୂଜକ ମାନଙ୍କୁ ଡାକି ଏକ ବୈଠକରେ ଏ ବାବଦରେ ସଚେତନ କରାଇବା ପରେ ଆଜି ଠାରୁ ମନ୍ଦିର କର୍ତ୍ତୁପକ୍ଷ ଏପରି ନିଷ୍ପତି ନେଇଛନ୍ତି । ଆଜି ହାଟଡିହି ଅଞ୍ଚଳର ଛେନାପଦିଛକରେ ଥିବା ପ୍ରସିଦ୍ଧ ମା ବିଶ୍ୱତାରିଣୀଙ୍କ ପୀଠରେ ମନ୍ଦିରରେ ତାଲା ପକାଯାଇଥିଲା । ଭିତରେ ମା ତାରିଣୀ, ବିଶେଶ୍ୱର ମହାଦେବ ଓ ପ୍ରଭୂ ଶନିଶ୍ଚରଙ୍କ ନିକଟରେ ଯଥାରିତୀ ପୂଜାର୍ଚ୍ଚନା ଓ ଦେବନିତୀ ସମ୍ପର୍ଣ୍ଣ କରାଯାଇଥିବାବେଳେ ଭକ୍ତ ମାନଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯାଇଥିଲା । ସେହିପରି ବଞ୍ଚୋ, ଢ଼େଙ୍କା,ହାଟଡିହି, ବିଦ୍ୟାଧରପୁ. ଓରାଳି, ଶାଳଣିଆଁ, ହାବଳେଶ୍ୱର ଆଦି ଅ୍ଚଳରେ ଥିବା ମନ୍ଦିର ମାନଙ୍କରେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି ।


