ଝରାଡିହି ନିକଟସ୍ଥ ଭାଲୁ ଡୁଙ୍ଗରୀ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ରାଇରଙ୍ଗପୁର;ମୟୁରଭଞ୍ଜ ଜିଲ୍ଲା ତିରିଂଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ଯଶିପୁର ଗ୍ରାମପଞ୍ଚାୟତ ସୁରଦା ଗ୍ରାମ ନିକଟସ୍ଥ ଭାଲୁ ଡୁଙ୍ଗୁରୀ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ତିରିଂ’ଥାନା ପୋଲିସ ଉଦ୍ଧାର କରିଛି।ଝରାଡିହି ନିକଟସ୍ଥ ଭାଲୁ ଡୁଙ୍ଗରୀରେ ଏକ ମୃତ ଦେହ ପଡିଥିବା ଖବର ପାଇ ତିରିଂ’ଥାନା ଅଧିକାରୀଣୀ ହୀରାଫେଣା ହାଁସଦାଃ ଓ ଝରାଡିହି ଫାଣ୍ଡି ଅଧିକାରୀ ସତ୍ୟୟବାନ ଗିରି ସଦଳବଳ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ପ୍ରାଥମିକ ତଦନ୍ତରେ ଏହା ଏକ ହତ୍ୟାକାଣ୍ଡ ଜନିତ ଘଟଣା ପ୍ରତିତ ହେଉଥିଲାବେଳେ ବ୍ୟକ୍ତି ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।ବାରିପଦାରୁ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ପହଞ୍ଚି ବିଭିନ୍ନ ଦିଗରୁ ଯାଞ୍ଚ କରିଥିଲେ ସୁଦ୍ଧା ବିଶେଷ ସଫଳତା ମିଳିପାରି ନଥିଲା।ମୃତ ବ୍ୟକ୍ତିଙ୍କ ଆନୁମାନିକ ବୟସ ୩୫’ବର୍ଷ ଆକଳନ କରାଯାଉ ଥିବାବେଳେ ଆଖପାଖ ଗ୍ରାମର ଲୋକେ ମୃତ ବ୍ୟକ୍ତିଙ୍କୁ ଚିହ୍ନି ପାରିନଥିଲେ।ତିରିଂ’ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ୦୭/୨୦; ରୁଜୁକରିବା ସହିତ ଜବତ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।ତେବେ ସମଗ୍ର ଦେଶ କରୋନା ଭୂତାଣୁ ପାଇଁ ଆତଙ୍କିତ ଅବସ୍ଥାରେ ଥିବାବେଳେ,ଏହି ଯୁବକଙ୍କ ମୃତ୍ୟୁ କରୋନା ଭୂତାଣୁ ଜନିତ ହୋଇଥିବା ଆଶଙ୍କାରେ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତ।


