ସ୍ଥିତି ଅନୁଧ୍ୟାନ କଲେ ଉପଜିଲ୍ଲାପାଳ

ହାଟଡ଼ିହି : କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ଭାରତବର୍ଷରେ ୨୧ଦିନ ପାଇଁ ଲକ୍‌ଡାଉନ ଘୋଷଣା ହେବାପରେ ଆନନ୍ଦପୁର ଉପଖଣ୍ଡରେ କିପରି ଏହା କାର୍ଯ୍ୟକାରୀ କରାଯାଉଛି ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ । ଆନନ୍ଦପୁର ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ ଛେନାପଦିଛକରେ ପହଞ୍ଚି କିଛି ପରିବା ବ୍ୟବସାୟୀ, ଚାଷୀ ଓ କିଛି ଗ୍ରାହକ ସରକାରଙ୍କ ଏହି କଟକଣାକୁ ମାନୁ ନଥିବା ଦେଖି ଏହାର କିପରି ସମାଧାନ ହୋଇ ପାରିବ ସେ ସମ୍ପର୍କରେ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ବଜାର କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଆସନ୍ତାକାଲି ସକାଳୁ ହାଟଡିହିର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସଙ୍କ ସହ ନନ୍ଦିପଦା ପୁଲିସ ଓ ବଜାର କମିଟିର କର୍ମକର୍ତ୍ତାମାନେ ଏଥିପ୍ରତି ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ସାହୁ ପରାମର୍ଶ ଦେଇଥିଲେ । ସେହିପରି କିଛି ବ୍ୟକ୍ତି ବିନା କାରଣରେ ବାଇକ ଧରି ବୁଲାବୁଲି କରୁଥିବାରୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ