ଲକ୍ଡାଉନ୍ ବେଳେ ଖଣିଖାଦାନ୍ ଖୋଲା, ସଂକ୍ରମଣ ଡରାଉଛି ଜନସାଧାରଣଙ୍କୁ
ଯୋଡା (ଯୁଗାଦ୍ଦ) : ବ୍ଲକରେ କରୋନା ରୋଗ ପାଇଁ ସମ୍ପୂର୍ଣ୍ଣ ଲକଆଉନ୍ ଘୋଷଣା କରାଯାଇଛି । ହେଲେ ଶତାଧିକ ଶ୍ରମିକ ବିଭିନ୍ନ ଖଣିରେ କାର୍ଯ୍ୟ କରୁଛନ୍ତି ଏବଂ ଖଣିଜ ପରିବହନ ମଧ୍ୟ ଯଥାରିତି ଜାରି ରହିଛି । ଖଣି ଶ୍ରମିକ ଏବଂ ଖଣିରେ କାର୍ଯ୍ୟ କରୁଥିବା ଟ୍ରକ ଡ୍ରାଇଭର ଓ ହେଲପରଙ୍କ ଜୀବନ ଅତି ବିପଦରେ ରହିଛି । ପ୍ରଶାସନ ପକ୍ଷରୁ ଏପ୍ର୍ଯ୍ୟନ୍ତ ଖଣି ଶ୍ରମିକ, ଶିଳ୍ପନୁଷ୍ଠାନର କର୍ମଚାରୀ ଏବଂ ପରିବହନ କୁରୁଥିବା ଡ୍ରାଇଭ଼ର ଓ ହେଲପରମାନଙ୍କର ଛୁଟି ଘୋଷଣା କରାଯାଇନଥିବା ଜଣାପଡିଛି । ଜୁରୁଡି, ବାମେବାରୀ ବିଲେଇପଦା, କାଳିମାଟି, ରୁଗୁୁଡି, ଗୁଆଲି, ବଡବିଲ ପ୍ରଭୃତି ଖଣି ଅଂଚଳରେ ରାତି ସମୟରେ ପ୍ରବଳମାତ୍ରାରେ ଖଣିଜ ପରିବହନ ଟ୍ରକ ଗୁଡିକ ଚଳାଚଳ କରୁଛି । ତେଣେ ଯୋଡା ପୌରପାଳିକା ପକ୍ଷରୁ ଯୋଡା ସହରରେ ଥିବା ବୃଦ୍ଧାଶ୍ରମ ଓ କଲ୍ୟାଣ ମଣ୍ଡପକୁ କ୍ୱାରେନ୍ଟାଇନ୍ ଗୃହ ଭାବେ ପ୍ରସ୍ତୁତ କରାଯାଉଥିବା ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପ୍ାଟ୍ଟଯୋଶୀ ସୂଚନା ଦେଇଛନ୍ତି । ପରିବା, କ୍ଷୀର ଓ ତେଜରାତି ଜିନିଷ ମିଳୁଥିଲେ ହେଁ,ଆଳୁ ପିଆଜର ଦର କିଛି କିଛି ଅଂଚଳରେ ବୃଦ୍ଧି କରି ବିକ୍ରି କରାଯାଉିବା ଯୋଡାର ନିରଂଜନ ବହିଦାର ସୂଚନା ଦେଇଛନ୍ତି । ବାହାର ରାଜ୍ୟର ଶତାଧିକ ଶ୍ରମିକ ଏହି ଖଣି ଅଂଚଳରେ କାର୍ଯ୍ୟ କରୁଥିବାରୁ ସେମାନଙ୍କର ଖାଦ୍ୟପେୟ ସୁବିଧା ପାଇଁ ଯୋଡାଠାରେ ଥିବା ଆହାରକେନ୍ଦ୍ରରେ ବନ୍ଦବୋସ୍ତ କରାଯାଇଥିବା ପାଟ୍ଟଯୋଶୀ ସୂଚନା ଦେଇଛନ୍ତି । ସେହିପରି ଲକଡାଉନ୍ କୁ ନମାନି ଯୋଡା ମୁସଲିମ୍ ବସ୍ତିରେ ଏକ ହୋଟେଲ ନିଜର ବ୍ୟବସାୟ ଚଳାଉଥିବା ବେଳେ ଯୋଡା ପୌରପାଳିକା କର୍ମଚାରୀ ଓ ପୋଲିସର ଚଢଉ ଫଳରେ ଏହା ଧରା ପଡିଥିଲା । ଏପର୍ଯ୍ୟନ୍ତ ଯୋଡା ପୋଲିସ ଲକଡାଉନ୍ ନମାନି ଚଳାଚଳ କରୁଥିବା ପ୍ରାୟ ୩୦ ରୁ ଉଦ୍ଦ୍ୱର୍ ମଟରସାଇକେଲ୍କୁ ଜବତ କରିଛି । ତେଣେ ଲକଡାଉନ୍ ବେଳେ ଖଣି ଖାଦାନ୍ ଓ ପରିବହନ ଚାଲୁଥିବାରୁ ଏହା ଦ୍ୱାରା ସଂକ୍ରମଣ ଆଶଙ୍କାରେ ଅଂଚଳବାସୀ ଭୟଭୀ ତ ଅଛନ୍ତି । ସୂଚନାଯୋଗ୍ୟ ଯେ, ଦୁବାଇ , କେରଳ,ମହାରାଷ୍ଟ୍ର, ଦିଲୀ, ହାଇଦ୍ରାବାଦ୍ ,କଲିକତା ପ୍ରଭୃତି ଅଂଚଳରୁ ଶତାଧିକ ଲୋକ ଯୋଡାରେ ପହନଚିଛନ୍ତି । ଏମାନେ ନିଜ ସମ୍ପର୍କରେ ତଥ୍ୟ ଦେଉନଥିବାରୁ ସାଧାରଣ ଲୋକେ ଆତଙ୍କିତ ହେଉଛନ୍ତି । ତେବେ ପୌରପଳିକା ପକ୍ଷରୁ ଏମାନଙ୍କୁ ଧରିବା ପାଇଁ ପୋଲିସ ର ସହାୟତରେ ମେଡିକାଲ୍ ଟିିମ୍ ପଠାଯାଉଛି । ଲକ୍ଡାଉନ୍ ବେଳେ ଖଣି ଖାଦାନ୍ ଗୁଡିକୁ ବନ୍ଦ କରାଯିବା ପାଇଁ ସାଧାରଣରେ ଦାବି ହେଉଛି ।


