ହାତୀ ଆକ୍ରମଣରେ ଜଣେ ଆହତ

ଯୋଡା (ଯୁଗାଦ୍ଦ) : ଯୋଡା ବନପାଳ ଅଧିନରେ ଥିବା ବିଛାକୁଣ୍ଡି ଜଙ୍ଗଲରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଖବର ନେବାରୁ ଜଣାପଡିଛି ଯେ, ଯୋଡା ସହର କମାରଯୋଡା ଅଂଚଳର କାଳିଆ ମହାକୁଡ ନାମକ ଯୁବକ ଶନିବାର ଦିନ ୧୦ ଟା ବେଳେ ଉକ୍ତ ଜଙ୍ଗଲ ରାସ୍ତା ଅତିକ୍ରମ କରୁଥିବା ବେଳେ ଘନ୍‌ଚ ଜଙ୍ଗଲ ଭିତରେ ଲୁଚି ରହିଥିବା ଏକ ଦନ୍ତାହାତୀ ତାଙ୍କୁ ଅତର୍କୀତ ଆକ୍ରମଣ କରିବା ପାଇଁ ଦୌଡାଇ ଆଣିଥିଲା । ଅତର୍କିତ ଆକ୍ରଣରୁ ରକ୍ଷା ପଇବା ପାଇଁ କାଳିଆ ମହାକୁଡ ଘନ୍‌ଚ ଜଙ୍ଗଲ ଭିରେ ଏଣେ ତେଣେ ଦୌଡିବାକୁ ଲାଗିଥିଲେ । ଗୋଡ ଖସିଯାଇ ସେ ପଡିଯିବାରୁ ତାଙ୍କ ଛାତିରେ ଆଘାତ ଲାଗିଥିଲା । ହାତୀଟି ଚାଲିଯିବା ପରେ ଆହତ ଅବସ୍ଥାରେ ତାଙ୍କୁ ସେଠାରୁ କିଛି ଯୁବକ ଉଦ୍ଧାର କରି ଟାଟାଷ୍ଟିଲ ଡାକ୍ତରଖାନାକୁ ନେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ