ସୁଲଣ ପଞ୍ଚାୟତରେ ସାବୁନଓ ମାସ୍କ ବଣ୍ଟନ
ହାଟଡ଼ିହି : ସୁଲଣ ପଞ୍ଚାୟତରେ ରେସନକାର୍ଡ ହିତାଧିକାରୀ ମାନଙ୍କୁ ସାବୁନ ଓ ମାସ୍କ ବଣ୍ଟନ କରାଯାଇଛି । ସରପଞ୍ଚ ଅଶୋକ ଜେନାଙ୍କ ନେତୃତ୍ୱରେ ଜିଆରଏସ ଜଗବନ୍ଧୁ ଜେନା, ୱାର୍ଡସଭ୍ୟ ରବିନ୍ଦ୍ର ମାଝୀ, ମହେଶ୍ୱର ମଲ୍ଲିକ, ହୃଦାନନ୍ଦ ନାୟକ, ଦୁର୍ଯ୍ୟୋଧନ ଜେନା, କବିତା ପାଢ଼ୀ, ଅଭିରାମ ରାଉତ, ଗୋବିନ୍ଦ ଜେନା, ବିନୋଦ ଜେନା, କବିତା ବେହେରା, ଶ୍ରାବଣୀ ମଲ୍ଲିକ ପ୍ରମୁଖ ଘରଘର ବୁଲି ହିତାଧିକାରୀ ମାନଙ୍କୁ କାର୍ଡପିଛା ଦୁଇଟି ସାବୁନ ଓ ଦୁଇ ଦୁଇଟି ମାସ୍କ ବଣ୍ଟନ କରିଛନ୍ତି । ଲୋକମାନେ କିପରି ସବୁବେଳେ ସାବୁନରେ ହାତ ଧୋଇବେ ଓ ମାସ୍କ ପିନ୍ଧି ବାହାରକୁ ବାହାରିବେ ସେନେଇ ଲୋକମାନଙ୍କୁ ସଚେତନ ମଧ୍ୟ କରୁଛନ୍ତି ।


