ଦେହରେ କିରୋସିନି ଢାଳି ଜଳିଗଲେ ମହିଳା
ଭଦ୍ରକ ଜିଲ୍ଲା ସାନକୃଷ୍ଣପୁର ଗ୍ରାମରେ ଜଣେ ମହିଳା ନିଜ ଦେହରେ ନିଜେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଘଟଣାରେ ମହିଳାଙ୍କ ୯୦ ପ୍ରତିଶତ ଶରୀର ପୋଡିଯାଇଛି । ସ୍ତ୍ରୀ ଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ସାମନ୍ୟ ଆହାତ ହୋଇଥିବା ବେଳେ ମହିଳା ଜଣକ ଗୁରୁତର ଆହାତ ହୋଇଛି । ଆହାତ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଛି । ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।