ଟିପର ଧକାରେ ଜଣଙ୍କର ମୃତ୍ୟୁ , ଦୁର୍ଘଟଣାରେ ଜଳିଗଲା ଟିପର
ଯୋଡା,(ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବିଲେଇପଦାଠାରେ ସୋମବାର ରାତିରେ ଏକ ଟିପର ଧକାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଡଛି ଯେ, ସୋମବାର ରାତି ପ୍ରାୟ ୧୧ ଟା ସମୟରେ ବିଲେଇପଦାଠାରେ ରହୁଥିବା ଅଶ୍ୱୀନୀ କୁମାର ରାଉତ(୬୦) ବାଇକ୍ ନଂ ଓଡି୦୯ ଜି ୮୮୮୪ ଯୋଗେ ଔଷଧ ଆଣିବା ପାଇଁ ନିକଟସ୍ଥ ଔଷଧ ଦୋକାନକୁ ବେଳେ ୫୨୦ ନଂ ଜାତୀୟ ରାଜପଥ ଦେଇ ଯାଉଥିବା ଏକ ଟିପର ନଂ ଓଆର୦୯ ଏଫ ୨୪୯୦ ଧକା ଦେବାରୁ ବାଇକ୍ ଚାଳକ ଅଶ୍ୱୀନୀ କୁମାର ଟିପରର ଚକ ତଳେ ରକ୍ତାତ ଅବସ୍ଥାରେ ପଡିଯାଇଥିଲେ । ତାଙ୍କୁ ପରିବାର ଲୋକେ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇଥିବା ଟିପରଟିରେ ଆକସ୍ମିକ ଭାବେ ନିଆଁ ଲାଗିଯିବାରୁ ଟିପରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ବିଲେଇପଦା ଫାଣ୍ଡି ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇବା ସହିତ ଏହାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା ଟିପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇିଥିବା ପୋଲିସ ସୂଚନା ଦେଇଛି।