ଲକଡାଉନ ଉଲ୍ଲଙ୍ଘନ ଅଭିଯୋଗ ରେ ଦୁଇ ତେଜରାତି ଦୋକାନ କୁ ସିଲ କଲେ ପୋଲିସ

କଳାହାଣ୍ଡି:ଲକଡାଉନ ସମୟରେ ଆଇନ ଉଲ୍ଲଙ୍ଘନ କରି କୋକସରା ଥାନା ଲଡୁଗାଁ ପଞ୍ଚୟତ ଆଇଲି ଗ୍ରାମର ଦୁଇ ଜଣ ତେଜରାତି ଦୋକାନ କୁ ସିଲ କରିବା ସହ ସାମାଜିକ ଦୁରତା ଉଲ୍ଲଙ୍ଘନ ଅଭିଯୋଗ ରେ ଗିରଫ କରିଥିବା ନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ସୂଚନା ଦେଇଛନ୍ତି ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଜିଲ୍ଲା ରେ ସକାଳ୬ ରୁ ଦିନ ୧୧ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗ୍ରାମାଞ୍ଚଳରେ ଦୋକାନି ମାନେ ଏହି ନିର୍ଦ୍ଦେଶ କୁ ଅବମାନନା କରି ଦୋକାନ ଖୋଳୁଥିବା ଅଭିଯୋଗ ହେଉଥିଲା ବୁଧବାର ପେଟ୍ରୋଲିଂ କରିବାକୁ ଯାଇଥିବା ବେଳେ ଆଇଲି ଗାଁ ର ଦୁଇ ଦୋକାନି ବିରଞ୍ଚି ସାହୁ ଓ ଦିବାକର ମାଝୀ ଆଇନ ଅମାନ୍ୟ କରି ଦୋକାନ ଖୋଲିଥିଲେ, ପେଟ୍ରୋଲିଂ ପୋଲିସ ଦୁଇ ଦୋକାନି ଙ୍କୁ ଗିରଫ କରି କୋକସରା ଥାନା ରେ ଆଇନ ଅମାନ୍ୟ ଉଲ୍ଲଙ୍ଘନ ଅଭିଯୋଗ ରେ କେଶ ରୁଜୁ କରି ସେମାନଙ୍କ ଦୋକାନ ସିଲ କରିବା ସହ ଦୁଇ ଦୋକାନି ଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ