ବଜରଙ୍ଗୀ ୟୁଥ କ୍ଲବ ପକ୍ଷରୁ ଗରିବ ଅସହାୟଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ

ହାଟଡ଼ିହି (ଓ୍ବାଇଏନ୍ଏସ୍) : କଳିଗାଁ ପଞ୍ଚାୟତ ଶାଳକଣିଆଁ ଗ୍ରାମର ବଜରଙ୍ଗୀ ୟୁଥକ୍ଲବ ପକ୍ଷରୁ ଗରିବ ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । କଳିଗାଁ ପଞ୍ଚାୟତରେ ଅଧିକାଶଂ ଲୋକ ଗରିବ ଦିନ ମଜୁରିଆ ଶ୍ରେଣୀର ହୋଇଥିବାବେଳେ ଦୀର୍ଘ ୧୫ଦିନ ହେବ ଲକଡାଉନ ଘୋଷଣା ହେବାଦିନ ଠାରୁ ଏହି ଗରିବ ଆଦିବାସୀ ଶ୍ରେଣୀର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାମଦାମ ନଥିବାରୁ ଲୋକମାନେ ଠିକ ଭାବେ ଖାଦ୍ୟପେୟ ପାଇପାରୁ ନାହାନ୍ତି । ଏହି ପଞ୍ଚାୟତରେ ମାତ୍ର ଶହେ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଉଥିବା ବେଳେ ଅନେକ ଗରିବ ଲୋକ ରନ୍ଧାଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବଜରଙ୍ଗୀ ୟୁଥକ୍ଲବ ଶାଳକଣିଆଁ ପକ୍ଷରୁ ପଞ୍ଚାୟତରେ ଥିବା ଗରିବ ଅସହାୟ ମାନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି । ସୁରେଶାନ ପୃଷ୍ଟି, ବିଜୟ ସାମଲ, ରବିନ୍ଦ୍ର ପୃଷ୍ଟି, ଦିଲ୍ଲିପ ସାମଲ, ନିରାକାର ସାମଲ, ଭାଗିରଥି ଜେନା, ସାବିର ଜେନା, ସବିର ଜେନା, ନାରାୟଣ ସାମଲ, ବିରବର ପାତ୍ର, ସନ୍ତୋଷ ସାମଲ, ତ୍ରୀଲୋଚନ ଜେନା, କୃପାସିନ୍ଧୁ ସାମଲ, ରାମକୃଷ୍ଣ ପୃଷ୍ଟି, ରମାକାନ୍ତ ସାମଲ, କୃପାସିନ୍ଧୁ ପୃଷ୍ଟି, ଚୈତନ ମଲ୍ଲିକ, ପ୍ରତାପ ସାମଲ ପ୍ରମୁଖ ସଦସ୍ୟମାନେ ଘର ଘର ବୁଲି ଲୋକମାନଙ୍କୁ ସାମାଜିକ ଦୁରତା ରକ୍ଷାକରି ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି । ଆସନ୍ତାକାଲି ଠାରୁ ଶାଳଣିଆଁ ମେଡିକାଲରେ ରହୁଥିବା ରୋଗୀ ମାନଙ୍କୁ ମଧ୍ୟ ଖାଦ୍ୟ ବଣ୍ଟନ କରିବାକୁ ବ୍ୟବସ୍ଥା କରିଥିବା ସଦସ୍ୟମାନେ କହିଛନ୍ତି । ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ଏହିପରି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରାଯିବ ବୋଲି ୟୁଥକ୍ଲବ ପକ୍ଷରୁ ସୁଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ