ଶାଳିଜଙ୍ଗା ରେ ଦେବ ଦମ୍ଫତିଙ୍କ ବିବାହ ଅନୁଷ୍ଠିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ୍ ) : ନାଉଗାଁ ବ୍ଳକ ଅନ୍ତର୍ଗତ ଶାଳିଜଙ୍ଗାସ୍ଥିତ ସିଦେ୍ଧଶ୍ୱର ମହାଦେବ ମନ୍ଦିର ରେ ଶୁକ୍ରବାର ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଦେବ ଦମ୍ଫତିଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସମୟରେ ମନ୍ଦିର ପରିସରରେ ମା ପାର୍ବତୀଙ୍କର ମଙ୍ଗନକାର୍ଯ୍ୟ କରାଯାଇଥିଲା । ବରଧରା ଭାବେ ଅଂଶୁମାନ ଚିରଂଜୀବ ଶାଳିଜଙ୍ଗାସ୍ଥିତ ବୈରାଗୀ ମଲ୍ଲଙ୍କ ଘରକୁ ଯାଇଥିଲେ । ସେଠାରେ ଯଥା ରିତି ପୂର୍ବକ ବରଧରା ପହଂଚିବା ପରେ ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ସେଠାରୁ ବର ବାହାରି ବାଣ ରୋଷଣୀ ଆଦି ପ୍ରୋସେସନ କରି ସିଦେ୍ଧଶ୍ୱର ମନ୍ଦିର ପରିସରକୁ ଆସିଥିଲେ । ମନ୍ଦିର ପରିସରରେ ବରକୁ ବାଟ ବରଣ କରିବା ପରେ ଠାକୁରଙ୍କୁ ମନ୍ଦିର ପରିସରକୁ ପାଛୋଟି ନିଆଯାଇଥିଲା । ସେଠାରେ କନ୍ୟାପିତା ଭାବେ ଅଶୋକ ମହାପାତ୍ର ଓ ବରପିତା ବୈରାଗୀ ମଲ୍ଲ ଭାବେ ବାବା ସିଦେ୍ଧଶ୍ୱର ଓ ମାତା ପାର୍ବତୀଙ୍କୁ ବିବାହ କରାଇଥିଲେ । ଦେବ ଦମ୍ଫତି ଙ୍କର ଏହି ବିବାହ କାର୍ଯ୍ୟ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅକ୍ଷୟ ମହାପାତ୍ର ,ଜିତେନ୍ଦ୍ର ମୁଦୁଲି,ସଂଜୟ ମୁଦଲି,ପ୍ରଦିପ୍ତ ମହାପାତ୍ର ଓ ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ