କଣ୍ଠ ଯାଦୁରେ ମତୁଆଲା କଲେ ଅଫତାବ

ପଞ୍ଜାବ ସ୍ଥିତ ଫରିଦକୋଟର ୧୨ ବର୍ଷୀୟ ଅଫତାବ ସିଂହ କଲର୍ସ ଟିଭିରେ ପ୍ରସାରିତ ହେଉଥିବା ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ’ ‘ରାଇଜିଙ୍ଗ୍ ଷ୍ଟାର ସିଜନ୍-୩’ର ବିଜେତା ସାଜିଛନ୍ତି। ଶନିବାର ଶୋ’ର ଗ୍ରାଣ୍ଡ ଫିନାଲେରେ ଅଫତାବଙ୍କୁ ବିଜେତା ଘୋଷଣା କରାଯିବା ସହ ଟ୍ରଫି ଓ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।
ସେହିପରି ଶୋ’ର ପ୍ରଥମ ରନର୍ସ ଅପ୍ ହୋଇଥିବା ଦିବାକର ଶର୍ମାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଶୋ’ର ଅନ୍ତିମ ପର‌୍ୟ୍ୟାୟରେ ମୋଟ୍ ୪ ଜଣ ପ୍ରତିଯୋଗୀ ପହଞ୍ଚିଥିଲେ। ସେମାନେ ହେଉଛନ୍ତି, ଅଫତାବ ସିଂହ, ଦିବାକର ଶର୍ମା, ସଞ୍ଜୟ ସତୀଶ ଏବଂ ଅଭିଷେକ ସରାଫ। ଏମାନଙ୍କ ମଧ୍ୟରେ ଅଫତାବଙ୍କ ବୟସ ସବୁଠାରୁ କମ୍। ଅଫତାବଙ୍କ ପାଇଁ ପ୍ରଶଂସକମାନେ ମୋଟ୍ ୯୦ ପ୍ରତିଶତ ଭୋଟ୍ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ