ମାଗଣା ରେ ମାସ୍କ ତିଆରି ସହ ବଣ୍ଟନ କରୁଛନ୍ତି ଗ୍ରାମ୍ଯ ବିକାଶ କମିଟି ପୁଟିଗାଁ

କଳାହାଣ୍ଡି:କରୋନା ସଂକ୍ରମଣରୁ ଦୂରେଇ ରହିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଘରୁ ବାହାରିଲେ ମାକ୍ସ ପିନ୍ଧିବାକୁ ବାଧ୍ଯତା ମୂଳକ କରିଛନ୍ତି ସରକାର l କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳ ରେ ମଧ୍ୟ ଲୋକେ ମାସ୍କ ପିନ୍ଧିବା ନେଇ ସଚେତନ ହେଉଛନ୍ତି l ଦୋକାନ ମାନଙ୍କରେ ମାସ୍କ ମିଳୁ ନଥିବାରୁ ନିଜେ ଗାଁରେ ତିଆରି କରୁଛନ୍ତି ମାସ୍କ l ତେବେ ଏହା ହେଉଛି କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ପୁଟିଗାଁ ରେ ଘରେ ଘରେ ତିଆରି ଚାଳିଛି ମାସ୍କ l ତାହା କୌଣଷି ବିକ୍ରି ପାଇଁ ନୁହେଁ ଗାଁ ପାଇଁ ହେଉଛି ମାସ୍କ ତିଆରି l ନିଜେ କପଡା ଯୋଗାଡ କରିବା ସହ ମାସ୍କ ତିଆରି କରୁଛନ୍ତି ଗାଁ ଲୋକେ l ଏହି ମାସ୍କ୍ ତିଆରିରେ ଗ୍ରାମ୍ଯ ବିକାଶ କିମିଟିର ସମସ୍ତ ସଦସ୍ୟ ଲାଗି ପଡିଥିବା ବେଳେ ଏଥିରେ ମହିଳା ମାନେ ମଧ୍ୟ ସହଯୋଗ କରିଛନ୍ତି l ଯେଉଁ ମହିଳା ସିଲେଇ କାର୍ଯ୍ୟ ସିଖିଛନ୍ତି ସେମାନେ ସ୍ବେଚ୍ଛାକୃତ ଭାବେ ଲାଗି ପଡିଛନ୍ତି ମାସ୍କ୍ ତିଆରିରେ l ମାସ୍କ୍ ତିଆରି ପରେ ଘର ଘର ବୁଲି ମାସ୍କ୍ ବଣ୍ଟନ କରୁଛନ୍ତି ଯୁବକ ଓ ମହିଳା ମାନେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ