ଗୋଟିଏ ଗ୍ରାମରୁ ୩୪ କରୋନା ପଜିଟିଭ୍‌ ଚିହ୍ନଟ

ପଞ୍ଜାବ : ସାରା ଦେଶରେ କରୋନା କାୟା ମେଲିଯାଉଛି। ଭାରତରେ ମଧ୍ୟ କରୋନା ପ୍ରକୋପ ବ୍ୟାପକ ହେବାରେ ଲାଗିଛି । ପଞ୍ଜାବରେ କରୋନାକୁ ନେଇ ବହୁ ପଦକ୍ଷେପ ନିଆଯାଇଥିବାବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋହାଲିରେ ଜବାହରପୁରଠାରେ ସର୍ବାଧିକ ପଜିଟିଭି ଚିହ୍ନଟ କରାଯାଇଛି । କେବଳ ଜବାହରପୁରରେ କରୋନା ସଂକ୍ରମିତ ୩୪ଟି ମାମଲା ସାମ୍ନାକୁ ଆସିଛି । ତେବେ ଜବାହରପୁରରେ ଏହା ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି । ଜବାହରପୁରରେ ଏହି ଗ୍ରାମଟି କରୋନା ଯୋଗୁ ସଂକ୍ରମିତ ହୋଇଛନ୍ତି । ମୋହାଲିରେ ଏଯାବତ ୫୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୩୪ ଜଣ ମୋହାଲିର ଜବାହରପୁର ଗାଁର। ଏହି ଗାଁରେ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ୫ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ପଞ୍ଜାବ ସରକାର ମେ ୧ ଯାଏ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି। ଏହାସହିତ ରାଜ୍ୟରେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ହୋଇଛି।
ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂ ସଂକ୍ରମଣକୁ ରୋକିବା ପାଇଁ ରାଷ୍ଟ୍ରୀୟ ସ୍ତରରେ ଲକ୍‌ ଡାଉନ୍‌ର ଅବଧିରେ ବୃଦ୍ଧି କରିବା ନେଇ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ