ଏପ୍ରିଲ୍‌ ୩୦ ଯାଏଁ ଲକ୍‌ ଡାଉନ୍‌ ଅବଧିକୁ ବୃଦ୍ଧି କଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ରାଜ୍ୟରେ କରୋନା ସଂକଟକୁ ଦେଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ରାଜ୍ୟରେ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ସୂଚନା ଦେଇଛନ୍ତି। ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ରାଜ୍ୟରେ ଅତି କମ୍‌ରେ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଲକ୍ ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ବସ୍ତୁ ଉପଲବ୍ଧ ହେବ ବୋଲି କହିଛନ୍ତି ଉଦ୍ଧବ ଠାକ୍‌ରେ। ରାଜ୍ୟରେ ଅବସ୍ଥା ବେଶ୍‌ ସଙ୍ଗୀନ ରହିଛି। ସେ ସମସ୍ତଙ୍କୁ ଘରେ ରହିବାକୁ ଅପିଲ୍‌ କରିଛନ୍ତି। ଦେଶର ସର୍ବାଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରରେ ରହିଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୮୦୦ ପାର୍‌ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୦୦ ପାର୍‌ କରିଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଥିବା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ଲକ୍‌ ଡାଉନ୍‌ର ଅବଧି ବୃଦ୍ଧି ନେଇ ପ୍ରାୟ ସମେସ୍ତ ପ୍ରସ୍ତାବ ଦେଇଥିବାର ଜଣାପଡିଛି। ତେବେ ପ୍ରଧାନମନ୍ତ୍ରୀ ଏନେଇ କିଛି ଘୋଷଣା କରିନାହାନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିବା ନେଇ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି। ତେବେ ଏନେଇ ପ୍ରଧାନମନ୍ତ୍ରୀ କିଛି ଘୋଷଣା କରିନାହାନ୍ତି। ଦେଶରେ ଜାରି ହୋଇଥିବା ୨୧ ଦିନିଆ ଲକ୍‌ ଡାଉନ ଆସନ୍ତା ୧୪ ତାରିଖରେ ଶେଷ ହେବାର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ