ସ୍ୱର୍ଗତ ସାଥୀ ଅନିରୁଦ୍ଧ ଜେନାଙ୍କ ସ୍ମୃତିଚାରଣ ସଭା
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ରବିବାର ବନ୍ତ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ସ୍ୱର୍ଗତ ସାଥୀ ଅନିରୁଦ୍ଧ ଜେନାଙ୍କ ୩ୟ ବାର୍ଷିକୀ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ସାଥୀଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବରିଷ୍ଠ ସାଥୀ ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇ ଜୋନ୍ ସଂପାଦକ ରମେଶ ଜେନା, ସହସଂପାଦକ ପରମେଶ୍ୱର ବାରିକ, ପ୍ରାକ୍ତନ ସରପଞ୍ଚ ନାରାୟଣ ଚନ୍ଦ୍ର ସ୍ୱାଇଁ, ଅଲେଖ ବେହେରା, ପର୍ଶୁରାମ ସ୍ୱାଇଁ, କିଶୋର ବେହେରା, ଅଜୟ ଜେନା, ପବିତ୍ର ସେଠୀ, ରବିନ୍ଦ୍ର ତରାଇ, ଉମେଶ ଚନ୍ଦ୍ର ଓଝା, କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାଥୀ ଅନିରୁଦ୍ଧ ଜେନାଙ୍କ ନୀତି ଆଦର୍ଶ, ନିଷ୍ଠା ଓ ପରୋପକାରିତା ସଂପର୍କରେ ଆଲୋକପାତ କରିଥିଲେ ।