୧୯୮୪ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ହାଟ ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ରବିବାର ସାଧୁ ଗୋସ୍ୱାମୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନୋରଂଜନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଥମେ ଦିବ୍ୟଂଗତ ଛାତ୍ର ଓ ଶିକ୍ଷକ ମାନଙ୍କ ସ୍ମୃତିରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ନିଜ ନିଜର ସ୍ମୃତି ବଖାଣିବା ସହିତ ପ୍ରତି ବର୍ଷ ଏହି ବନ୍ଧୁ ମିଳନ ଡିସେମ୍ବର ୨୫ ରେ ହେବା ପାଇଁ ସ୍ଥିର କରାଯାଇଥିଲା । ଏହି ବନ୍ଧୁ ମିଳନ ଉତ୍ସବରେ ପ୍ରଶାନ୍ତ ପରିଜା, ସହଦେବ ସେଠୀ, ଧନଞୟ ପରିଜା, ସୁରେଶ ଚନ୍ଦ୍ର ଦାସ, ଚିନ୍ମୟୀ ସ୍ୱାଇଁ, ଗୁଡୁଲି ଦାସ,ବିଣାପାଣି ଲେଙ୍କା, ସବିତା ଖମାରୁ, ଶାନ୍ତା ବେହୁରା, ତପନ ବେହୁରା, ରମେଶଦାସ, ଉଲ୍ଲାସ ସ୍ୱାଇଁ, ସମୀର ମହାନ୍ତି, ମିହିର ମହାନ୍ତି, ସନ୍ତୋଷ ଦାସ, ବନଲତା ମହାନ୍ତି, ଚୈାଧୁରୀ ବିଭୁ ପ୍ରସାଦ ଦାସ ଆଦି ଯୋଗ ଦେଇଥିଲେ ।