ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ପରିବାରଙ୍କୁ ସହାୟତା କଲା ସେଚ୍ଛାସେବୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ କାଣ୍ଡବା-ଅମସିଂପୁର ଗ୍ରାମର ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ୩ଟି ଆଦିବାସୀ ପରିବାରର ୨୦ ଜଣ ସଦସ୍ୟଙ୍କୁ ବ୍ଲକ ନୋଡାଲ ଏନ୍.ଜି.ଓ ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ତରଫରୁ ସଂସ୍ଥାର ନିଜସ୍ୱ ପାଣ୍ଠିରୁ ଚାଉଳ, ସାବୁନ୍, ମାକ୍ସ ଆଦି ସାମଗ୍ରୀ ବଣ୍ଟନ କରାଯାଇଛି । ଏଥିସହିତ ସମସ୍ତଙ୍କୁ ସାବୁନ୍ରେ ହାତ ଧୋଇବା, ମାକ୍ସ ବ୍ୟବହାର କରିବା, ଘରେ ରହିବା, ଜରୁରୀ କାର୍ଯ୍ୟରେ ବାହାରକୁ ବାହାରିବା, ସାମାଜିକ ଦୂରତା ବଜାୟୀ ରଖିବା ସମ୍ପର୍କରେ ସଚେତନ କରାଯାଇଥିଲା । ଚାରିଗାଁ ପଞ୍ଚାୟତ ତେଲନଟି ଆଦିବାସୀ ସାହିର ୨୨ଟି ପରିବାରକୁ ସଚେତନ କରିବା ସହିତ ପରିବା, ସାବୁନ୍ ଆଦି ବଣ୍ଟନ କରାଯାଇଥିଲା । ଗୋପିନାଥପୁର ଯେନାସାହିକୁ ବିଶୋଧନ କରାଯାଇଥିଲା । ଏଥିସହ ଗୋପିନାଥପୁର, ବଡମହିଷଗୋଠ, ବିଟିପୁର, ପୁରୁଷଣ୍ଢ, ବଡବର୍ଚ୍ଚିକୟାଁ, ଅଣିଜୋ, ଚାରିଗାଁସଂସ୍ଥାର କାର୍ଯ୍ୟକାରୀ ସମ୍ପାଦକ ନୃସିଂହ ମହାନ୍ତିଙ୍କ ନେତୃତ୍ୱରେ ଟି.ଅଜୟ କୁମାର, ବରୁଣ ପେରେଇ, ସଂଯୋଜକ ପ୍ରଦୀନ ଜେନା ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।


