ତାମିଲନାଡୁ, ଝାଡଖଣ୍ଡ ଓ କେରଳ ରାଜ୍ୟ ୬୪ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଲେ ଉପଜିଲ୍ଲାପାଳ ଓ ବିଡିଓ

ଛତ୍ରପୁର (ଓ୍ବାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ତଥା ଅତିଥି ସଞ୍ଚାର କେନ୍ଦ୍ରରେ ତାମିଲନାଡୁ, ଝାଡଖଣ୍ଡ ଓ କେରଳର ୬୪ ଜଣ ଶ୍ରମିକ ମାନଙ୍କୁ ରଖାଯାଇଛି । ସେଠାରେ ସେମାନଙ୍କ କଥା ଅତିଥୀ ମାନଙ୍କ ଭଳି ବୁଝାଯାଉଛି । ଶ୍ରମିକ ମାନେ ବେଶ ଖୁସି ରେ ରହୁଥିବା ବେଳେ କେବେ ଲକ ଡାଉନ ହଟିବ ଆମେ ଆମ୍ଭ ମାନଙ୍କ ଘରକୁ ଯିବୁ ସେଥି ନିମନ୍ତେ ସେମାନେ ଦିନ ଗଣୁଛନ୍ତି । ଏନେଇ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଓ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ସୋମାବର ଚମାଖଣ୍ଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ରହୁଥିବା ଶ୍ରମିକ ମାନଙ୍କ ସହ କଥା ହୋଇଥିଲେ । ସେମାନଙ୍କ ର ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଖାଦ୍ୟ ଓ ବିଭିନ୍ନ ବ୍ୟବସ୍ଥା ଉପରେ ସମସ୍ତ ତଥ୍ୟ ପଚାରି ବୁଝିଥିଲେ । ଶ୍ରମିକ ମାନେ ସନ୍ତୋଷଜନକ ଉତ୍ତର ଦେବା ସହ ସେମାନଙ୍କୁ ଅତିଥୀ ମାନଙ୍କ ଭଳି ସମସ୍ତ ସୁବିଧା ମିଳୁଛି ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ ସମଗ୍ର ଦେଶରେ ତାଲାବନ୍ଦ ଲାଗୁ ହେବା ପରେ ରାଞ୍ଚିରୁ ତାମିଲନାଡୁ ଏବଂ ହାଇଦ୍ରାବାଦରୁ କଲିକତାକୁ ଶ୍ରମିକ ଘରମୁହାଁ ହୋଇଥିଲେ । ଆନ୍ଧ୍ରପ୍ରଦେଶ ସୀମା ପାର ହୋଇ ଓଡିଶାରେ ପହଞ୍ଚିଥିଲେ । ଗତ ୩୦ ତାରିଖରେ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଠାରେ ସେମାନଙ୍କୁ ଅଟକାଇଥିଲେ । ଭୋକ ଉପାସରେ ବଡ ସମସ୍ୟାରେ ଘରକୁ ଯାଉଥିବା ଏହି ଶ୍ରମିକମାନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଟକାଇବା ସ୍ଥାନରେ ବିସ୍କୁଟ ପାଣି ଦେଇ ପ୍ରଥମେ ନରେନ୍ଦ୍ରପୁର ସ୍କୁଲରେ ଥଇଥାନ କରିଥିଲେ । ପ୍ରଥମ ଦିନରେ ସେମାନଙ୍କୁ ପଞ୍ଚାୟତ ତରଫରୁ ଖାଇବା ପିଇବା କଥା ବୁଝା ଯାଇଥିଲା ଓ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ