ଜୟପୁର ରେ ଲୋକାର୍ପିତ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା

ଜୟପୁର,(ଯୁଗାବ୍ଦ ନ୍ୟୁଜ):ଜୟପୁରରେ ଲୋକାର୍ପିତ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା।ସହରରେ ଥିବା ପୁରୁଣା ଡାକ୍ତରଖାନାକୁ କୋଭିଡ ଡାକ୍ତରଖାନାରେ ରୁପାନ୍ତରିତ କରାଯାଇଛି।ଏହାକୁ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଲୋକାର୍ପିତ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ଅନେକ ଡାକ୍ତର ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।ଏହି ଡାକ୍ତରଖାନାରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ମିଶାଇ ମୋଟ ୧୦୦ ଜଣ କର୍ମଚାରୀ ଯୋଗ ଦେବେ।ଏହି ଡାକ୍ତରଖାନାରେ ୩ଟି ଭେଣ୍ଟିଲେଟର ଓ ୩ଟି ICU କକ୍ଷ ରହିବ।ଡାକ୍ତରଖାନାକୁ ନାଲକୋ ଓ ବିଧାୟକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।ଜିଲ୍ଲାରେ ମୋଟ ଆଜି ଯାଏଁ ୯୦ ଟି ସ୍ବାବ ପରୀକ୍ଷା ପାଇଁ ପଠାଯାଈଥିବା ବେଳେ ୧୯ଟିର ରିପୋର୍ଟ ଆସିଛି।ଆଉ ଏ ସବୁ ନେଗେଟିଭ ଆସିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ।ତେବେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ଡାକ୍ତରଖାନା ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି କୋରାପୁଟ ଜିଲ୍ଲାପାଳ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ