ଲକ୍ଡାଉନ୍ ଯୋଗୁଁ ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘର ସାହାର୍ଯ୍ୟ ପାଇଁ ନିବେଦନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):କରୋନା ଆତଙ୍କ ଯୋଗୁଁ ଗତ ମାର୍ଚ୍ଚ ୨୨ତାରିଖ ଠାରୁ ସରକାରଙ୍କ ଦ୍ୱାରା ଲକ୍ଡାଉନ୍ ଘୋଷିତ ହୋଇଛି । ଏଥିରେ ଜିଲ୍ଲାର ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ହୋଇଛି । ଏହା ଦ୍ୱାରା ୨ହଜାରରୁ ଉର୍ଦ୍ଧ ମୋଟର କର୍ମଚାରୀ ସଂଘର ପରିବାର ଆର୍ôଥକ ଅନାଟନରେ ବହୁ ଦୁର୍ଦ୍ଦଶା ଓ ଭୋକ ଉପବାସରେ ସଢୁଥିବା ଅଭିଯୋଗ ହୋଇଛି । ତୁରନ୍ତ ଏମାନଙ୍କୁ ସରକାର ଆର୍ôଥକ ସାହାର୍ଯ୍ୟ ଦେବା ପାଇଁ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘର ସଭାପତି ଦାନାନା ଜଗନ୍ନାଥ ରାଓ,ଉପ ସଭାପତି ଗୌରୀ ଶଙ୍କର ପଣ୍ଡା,ସଂପାଦକ ନରସିଂହ ମାଳ ବିଶୋଇ,କେ.ବାଲାରାଜୁ ପ୍ରମୁଖ କହିଛନ୍ତି,ଲକ୍ଡାଉନ୍ ଯୋଗୁଁ ଗତ ମାର୍ଚ୍ଚ ୨୨ତାରିଖ ଠାରୁ ସମସ୍ତ ବସ୍,ଟ୍ରକ୍,ଟ୍ରେକର,ଅଟୋ ଆଦି ସମସ୍ତ ଯାନବାହାନ ଜିଲ୍ଲାରେ ଚଳାଚଳ ବନ୍ଦ ହୋଇଛି । ୨ହଜାରରୁ ଉର୍ଦ୍ଧ ମୋଟର କର୍ମଚାରୀ ରହିଛନ୍ତି । ସମସ୍ତେ ଦିନ ମଜୁରିଆ ଅଟନ୍ତି । ଚକା ଗଡିଲେ ହିଁ ମଜୁରୀ ମିଳେ । ନଚେତ୍ ପାଉଣାଟାଏ ବି ମିଳିବ ନାହିଁ । ଗତ ମାର୍ଚ୍ଚ ୨୨ତାରିଖ ଠାରୁ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ହେବା ଯୋଗୁଁ ଆମ୍ଭ ମାନଙ୍କ ଦୈନିକ ମଜୁରୀ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଧାର କରଜ କରି କିଛି ଦିନ ପରିବାର ପରିପୋଷଣ କଲୁ । ବର୍ତ୍ତମାନ ଧାରରେ କୌଣସି ଖାଦ୍ୟ ଦ୍ରବ୍ୟ ବ୍ୟବସାୟୀ ଦେବାକୁ ହାତଯୋଡି ମନା କରୁଛନ୍ତି । ଆର୍ôଥକ ଅନାଟନରେ ବହୁ ଦୁର୍ଦ୍ଦଶା ଓ ଭୋକ ଉପବାସରେ ପରିବାର ସହ ଆମେ ସଢୁଛୁ । ସରକାର ବିଭିନ୍ନ ଶ୍ରମିକ,ଚାଷୀ,କୃଷକଙ୍କୁ ବିଭିନ୍ନ ଭାବେ ବର୍ତ୍ତମାନର କରୋନାକୁ ଦୃଷ୍ଟିରେ ରଖି ଆର୍ôଥକ ସାହାର୍ଯ୍ୟ ଯୋଗାଉଛନ୍ତି । ଆମେ ସମସ୍ତ ମୋଟର କର୍ମଚାରୀ ଦିନ ମଜୁରିଆ ଶ୍ରମିକ ଶ୍ରେଣୀର ଅଟୁ । ଆମ ଦୁର୍ଦ୍ଦଶା ପ୍ରତି ସରକାର ସଦୟ ହୋଇ ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘର ପ୍ରତ୍ୟେକ ଡ୍ରାଇଭର,କଣ୍ଡକ୍ଟର,କ୍ଲିନର ସମସ୍ତ କର୍ମଚାରୀଙ୍କୁ ଅତି ତୁରନ୍ତ ଆବଶ୍ୟକ ଆର୍ଥିକ ସାହାର୍ଯ୍ୟ ଦିଅନ୍ତୁ ବୋଲି ଏମାନେ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୋଟର କର୍ମଚାରୀ ସଂଘ ତରଫରୁ ଏକ ନିବେଦନ ପତ୍ର ପ୍ରଦାନ କରିଥିବା ସୁଚନା ମିଳିଛି ।


