ହାତଗୁଞ୍ଜା ହଜେଇ ଦେଲାକି ଛତୁଆ ଦୁର୍ନୀତି ?

କୁକୁଡାଖଣ୍ଡି,(ଓ୍ବାଇଏନ୍ଏସ୍):କୁକୁଡାଖଣ୍ଡି ବ୍ଲକରେ ଛତୁଆ ଦୁର୍ନୀତିର ଚେର ଏତେ ଲମ୍ବାଯେ ଚର୍ଚ୍ଚା ହେଉଛି ମହାମାରୀ କୋରନା ଶିଙ୍କୁଳିକୁ ମଧ୍ୟ ଭେଦ କରିଦେବ I ଯାହା ପ୍ରମାଣିତ କରିଛି ଜଗଦଳପୁର ସଂଗ୍ରାମ ଛତୁଆ ଏସଏଜି ସଂସ୍ଥା କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲା ଏବଂ ନିମ୍ନ ମାନର ଛତୁଆ ପ୍ରସ୍ତୁତି ପାଇଁ ଖୋଦ ଜିଲ୍ଲାପାଳ ଉକ୍ତ ସଂସ୍ଥାକୁ ପ୍ରସ୍ତୁତିରୁ ବାଦ ଦେଇଥିଲେ I କିନ୍ତୁ ଉକ୍ତ ସଂସ୍ଥା କିଛି ମାସ ଭିତରେ ପୁନର୍ବାର ଛତୁଆ ପ୍ରସ୍ତୁତି ପାଇଁ ଜିଲ୍ଲା କାର୍ଯ୍ୟାଳୟରୁ ଆଦେଶ ପାଇଗଲା I ଚର୍ଚ୍ଚା ହେଉଚି କୁଆଡେ ଉକ୍ତ ସଂସ୍ଥାର ସଭାନେତ୍ରୀ ଜଣେ ଶାସକ ଦଳର ଟାଣୁଆ ନେତ୍ରୀ ଏବଂ ତାଙ୍କ ଉପରେ ବଡ଼ ବଡ଼ିଆଙ୍କ ଆଶୀର୍ବାଦ କୁଆଡେ ଭରି ହୋଇ ରହିଛି I ସେଇଥିପାଇଁ ତାଙ୍କୁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନ ବାଧ୍ୟ ହେଲା ଏବଂ ତାଙ୍କ ଆଶୀର୍ବାଦରୁ ରଙ୍ଗେଈଲୁଣ୍ଡା ଇନ୍ଦ୍ରାଖୀ ସ୍ୱୟଂ ସହାୟିକା ଗୋଷ୍ଟି ମଧ୍ୟ ଅନୁମତି ପାଇଗଲା I ଏବଂ ଏତେ ବର୍ଷଧରି ଉକ୍ତ ସଂସ୍ଥା ଛତୁଆ କେନ୍ଦ୍ର ଚଳାଉଥିଲେ ମଧ୍ୟ କୌଣସି ଅଧିକାରୀ ତଦନ୍ତ ପାଇଁ ସାହସ କରୁନାହାନ୍ତି ଏବଂ ପ୍ରଶାସନ ଉକ୍ତ ସଂସ୍ଥା ଆଗରେ ମୁଣ୍ଡ ନୁଆଇଁ ବହୁ ଆବେଦନ ପତ୍ର ଆସିଥିଲେ ମଧ୍ୟ ଉକ୍ତ ଗ୍ରୁପକୁ ଚାଷୀଙ୍କ ଠାରୁ ଧାନ କିଣିବାକୁ ଅନୁମତି ମଧ୍ୟ ଦେଉଛି। ଅନ୍ୟପକ୍ଷରେ ଆଉ ଜଣେ ଛତୁଆ ପ୍ରସ୍ତୁତ କାରି ଅମ୍ବିକା ଏସଏଜି ସଂସ୍ଥା ମଧ୍ୟ ବ୍ଲକରେ ଛତୁଆ ଯୋଗାଣ କରୁଛି।ଉଭୟ ଏସଏଜି ମୁଦ୍ରାର ଦୁଇପାଶ୍ବ ପରି। ଯାହାଙ୍କ ନାମରେ ମଧ୍ୟ ଅଭିଯୋଗର ଫର୍ଦ ଜିଲ୍ଲା କାର୍ଯ୍ୟାଳୟ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲମ୍ବିଛି।ସ୍ଥାନୀୟ ପ୍ରଶାସନ ଓ ରାଜନେତାଙ୍କ
ଛତ୍ରଛାୟ ତଳେ ସହମତି ଚଲାଇଛନ୍ତି ।୭ ବର୍ଷ ହେଲା ଚଳାଇଛନ୍ତି ଛତୁଆ ଯୋଗାଣ।ପ୍ରତି ବର୍ଷ ୧ବର୍ଷିଆ ଚୁକ୍ତିନାମା କରୁଛନ୍ତି ।ବ୍ଲକରେ ବତ୍ତମାନ ୯୦୦ରୁ ଉର୍ଧ ଏସଏଜି ରହିଥିଲେ ମଧ୍ୟ ସେମାନକୁଂ ଖାଲି ଉକ୍ତ ଦୁଇ ଏସଏଜି କୁ କାହିଁକି ଛତୁଆ ଯୋଗାଣ ,ଧାନ ସଂଗ୍ରହ ପାଇଁ ଦାୟିତ୍ବ ଦେଉଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ