ପୋଲିସ ଉପରକୁ ଆକ୍ରମଣ ଓ ୩ ଶହ ଲିଟର ମଦ ଜବତ, ୫ ହଜାର ଲିଟର ପୋଚ ନଷ୍ଟ, ୨୭ ଗିରଫ

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟ ଗାଁରେ ପୋଲିସକୁ ଆକ୍ରମଣ କରି ଗାଡି ଭଙ୍ଗା ରୁଜା ଘଟଣା ସହ ବେଆଇନ ମଦ କାରବାରରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ସମୁଦାୟ ୨୭ ଜଣକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ ଶହ ଲିଟର ମଦ ଜବତ କରିବା ସହ ୫ ହଜାର ଲିଟର ପୋଚ ନଷ୍ଟ କରିଛି ପୋଲିସ । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବେଆଇନ ମାଡ଼ କାରବାର ହେଉଥିବା ନେଇ ପୋଲିସ ଖବର ପାଇ ବିରିକୋଟ ଗାଁରେ ଚଢ଼ାଉ କରିଥିଲା । ପୋଲିସ ଗାଁରେ ସମ୍ପୃକ୍ତ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ବେଳେ ଗ୍ରମବାସୀ ପୋଲିସ ଉପରେ ଆକ୍ରମଣ କରି ଗାଡି ଭଙ୍ଗାରୁଜା କରିଥିଲେ। ପୋଲିସ ଆଜି ସକାଳେ ଗାଁରେ ଚଢ଼ାଉ କରି ପୋଲିସ୍ ଉପରକୁ ଆକ୍ରମଣ ଓ ଗାଡ଼ି ଭଙ୍ଗା ରୁଜା ଘଟଣାରେ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ମଦ କାରବାରରେ ସମ୍ପୃକ୍ତ ଗାଁର ଆଉ ୧୪ ଜଣଙ୍କୁ ଗିରଫ କରିଛି ଏଥି ମଧ୍ୟ୍ୟରୁ କିଛି ମହିଳା ଭି ଅଛନ୍ତି।ଏହି ଚଢାଉ ବେଳେ ରା.ଉଦୟ ଗିରି ଏସ.ଡି.ପି.ଓ ଅଶୋକ ମାହାନ୍ତି,ମହୋନା ଥାନା ଅଧିକାରି ସୁଜିତ କୁମାର ନାୟକ,ଅଡବା ଥାନା ଅଧିକାରି ଆଲୋକ ରଂଜନ ଜଗଦଲା, ମାଜିଷ୍ଟେଟ୍ର ଦ୍ୱାଇତରେ ଥିବା କଲ୍ୟାଣି ସଙ୍ଗମିତ୍ରା ଦେବି ମିଳିତ ଉଦ୍ୟମରେ ଚଢାଉ ହୋଇଥିଲା ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜୟ ନାୟକ ଓ ତାଙ୍କ ଭାଇ ମାନେ ଫେରାର ଥିବା ବେଳେ ଫେରାର ପଛରେ ଏମଏଲଏ ଙ୍କ ହାତ ରହିଛି ବୋଲି। ପୋଲିସ ସନ୍ଦେହ କରୁଛି । ତେବେ ଅଭିଯୁକ୍ତ ସହ କାହାର ସମ୍ପୃକ୍ତି ରହିଛି ପୋଲିସ ଘଟଣାର ତଦନ୍ତ କରୁଛି ।ପ୍ରକାଶ ଥାଉକି ରାଜ୍ୟରେ କରନା ଚାଲିଥିବା ବେଳେ ଲୋକଡ଼ାଉନ ଲାଗୁ ରହିଛି ଏପରି ପରିସ୍ଥିତିରେ ଘଟଣା ଘଟିଥିବା ଜାଗାକୁ କିପରି ବିଧାୟକ ବିନା ଅନୁମତିରେ ଯାଇଛନ୍ତି ଆଉ ଅଭିଯୁକ୍ତ କୁ ମିସିଛନ୍ତି ମିସିବା ପରେ ଅଭିଯୁକ୍ତ ଓ ତାଙ୍କ ଭାଇ ମାନେ ଫେରାର ଅଛନ୍ତି ବିଧାୟକ ଅଭିଯୁକ୍ତ କୁ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି ଏହା ନିନ୍ଦନୀୟ ଘଟଣା ବୋଲି ଅଞ୍ଚଳ ବାସୀ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ