ଲକ୍ଷ୍ମୀ ସାହୁ ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଗିରଫ
ଖଲ୍ଲିକୋଟ ( ଯୁଗାବ୍ଦ ନ୍ୟୁଜ୍) : ଗତ ମାସ ୧୧ ତାରିଖରେ ଖଲ୍ଲିକୋଟ ତାଳପଡା ଲକ୍ଷ୍ମୀନାରାୟଣ ପୁର କାଜୁ ଜଙ୍ଗଲ ରେ ଘଟିଥିବା ଲକ୍ଷ୍ମୀ ସାହୁ ମର୍ଡରକେସ ରେ ଖଲ୍ଲିକୋଟ ପୋଲିସ କୁ ମିଳିଛି ସଫଳତା । ଅଭିଯୁକ୍ତ ଜୀବନ ଓରଫ ଜୀବନ ଧର ସାହୁକୁ ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଞ୍ଚଳରୁ ଗିରଫ କରିଛି ଖଲ୍ଲିକୋଟ ପୋଲିସ । ଭାଉଜ ଲକ୍ଷ୍ମୀ ସାହୁ ଙ୍କ ସହ ସମ୍ପର୍କୀୟ ଦିଅର ଜୀବନ ର ପ୍ରେମ ସମ୍ପର୍କ ଓ ପରେ ଭାଉଜ ଲକ୍ଷ୍ମୀ ଅନ୍ୟ ପୁଅ ସହ ସମ୍ପର୍କର ସନ୍ଧେହ ମୃତ୍ୟ ର କାରଣ ବୋଲି ଏସଡ଼ିପିଓ ଶ୍ରୀ ଉତ୍କଳ କେଶରୀ ଦାସ ସୂଚନା ଦେଇଛନ୍ତି । ଗତକାଲି ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଞ୍ଚଳରେ ବୁଲୁଥିବାର ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ସୁନିଲ କୁମାର ବେହେରା ଏ ଏସଆଇ ଡ଼ି ଏମ ର ଦୋରା,ଟୁକୁନା ସେଠୀ,ବିରଞ୍ଚି ବେହେରା ଓ ତାଙ୍କ ଟିମ ସେଠାରେ ପହଞ୍ଚି କାବୁ କରିବାରେ ସଫଳ ହୋଇଥିଲେ । ପୋଲିସ ଗିରଫ କରିବା ପରେ ହତ୍ୟା କାଣ୍ଡରେ ବ୍ୟବହାର ହୋଇଥିବା ପଲସର ବାଇକ,ଗୋଟିଏ ମୋବାଇଲ ଓ ଘଟଣା ସ୍ଥଳରୁ କିଛି ଦୂର ରେ ପଡିଥିବା ବ୍ୟବହୃତ ଛୁରୀ କୁ ଜବତ କରିଛି ପୋଲିସ ।