ଅନାଥ ବାଳିକାଙ୍କୁ ରନ୍ଧା ଖାଦ୍ୟ ବନ୍ଦ , ବଂଚିତ ହେଉଛନ୍ତି ଅନେକ ଅସହାୟ

ଯୋଡା (ସମୀର କୁମାର ଦାସ) : ଲକଡାଉନ୍ ସମୟରେ ସରକାରଙ୍କ ପକ୍ଷରୁ ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ପାଇଁ ସରକାରୀ ସାହାର୍ଯ୍ୟ ମଂଜୁର କରାଯାଇଥିବା ବେଳେ ଯୋଡା ବ୍ଲକ ଅନ୍ତର୍ଗତ ଚମକପୁର ପନଚାୟତର ଧୋବକୁଚୁଡା ଗ୍ରାମରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଗ୍ରାମର ବହୁ ଅନାଥ ବାଳିକାଙ୍କ ସମେତ ଅସହାୟ ବୃଦ୍ଧାବୃଦ୍ଧ ମାନେ ସରକାରୀ ଖାଦ୍ୟ ବଂଟନରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଗ୍ରାମର ଅନାଥ ବାଳିକା ଜଙ୍ଗା ମୁଣ୍ଡା ଅତ୍ୟନ୍ତ ଦୁଃଖର ସହ କହିଛନ୍ତି ଯେ, ପନଚାୟତ ପକ୍ଷରୁ ସୋନଙ୍କୁ କେବେ କେମିତି ରନ୍ଧା ଖାଦ୍ୟ ଦିଆଯାଉଥିଲା । ମାତ୍ର ବୁଧବାରଠାରୁ ରନ୍ଧାଖାଦ୍ୟ ଆଉ ଦିଆଯାଉନାହିଁ । ଏହିପରି ସମାନ ଅଭିଯୋଗ ଆଣିଛନ୍ତି ଗ୍ରାମର ଅସହାୟ ବୃଦ୍ଧ ମହିଳା ମାଳତୀ ପାତ୍ର । ସେ କହିଛନ୍ତି ଯେ, ରନ୍ଧାଖାଦ୍ୟ ତ ମିଳିବା ଦୂରର କଥା ସରକାର ଦେଉଥିବା ଆର୍ଥିକ ସହାୟତା ଏପର୍ଯ୍ୟନ୍ତ ମିଳିନାହିଁ । ଗ୍ରାମର ମହିଳା ଓାର୍ଡମେମ୍ବର ଅଶ୍ୱିନୀ ନାଏକ, ରବିନନ୍ଦନ ମହାନ୍ତ କହିଛନ୍ତି ଯେ, ତାଙ୍କ ପନଚାୟରେ ୨୦୦ ଜଣ ଅସହାୟଙ୍କୁ ରନ୍ଧାଖାଦ୍ୟ ଦେବା ପାଇଁ ତାଲିକା ଦିଆଯାଇଥିଲା । ସେଥିମଧ୍ୟରୁ ୧୦୦ ଜଣଙ୍କୁ ବାଦ ଦିଆଯାଇ ୧୦୦ ଜଣଙ୍କୁ ଦିଆଯାଉଛି । ଉକ୍ତ ଧୋବାକୁଚୁଡା ଗ୍ରାମରେ ମଧ୍ୟ ବହୁ ଜଣଙ୍କୁ ବାଦ କରାଯାଇ ମାତ୍ର ୨୩ ଜଣଙ୍କୁ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର ଗତକାଲିଠାରୁ ରନ୍ଧାଖାଦ୍ୟ ଦେବା ବନ୍ଦ କରାଯାଇଥିବାରୁ ଅସହାୟ ଲୋକମାନେ ଭୋକଉପାସରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଗ୍ରାମବାସୀ ଭକ୍ତ ମହାନ୍ତ ଓ ଦିବ୍ୟାଙ୍ଗ ଯୁବକ ନବୀନ କୁମାର ନାଏକ ଅଭିଯୋଗ କରିଛନ୍ତି ଯେ, ଗ୍ରାମାଚଂଳର ଲୋକେ ଲକଡାଉନ ସମୟରେ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି । ରାସନକାର୍ଡ ଥାଇ ମଧ୍ୟ ଚାଉଳ ଓ ଅତ୍ୟାବଶକୀୟ ସାମଗ୍ରୀ ଦିଆଯାଉନାହିଁ । ଏନେଇ ସ୍‌ାନୀୟ ସରପନଚ ଓ ପନଚାୟତନିର୍ବାହୀ ଅଧିକାରୀ କୌଣସି ତଦାରଖ ନକରି ପନଚାୟତ ଛାଡି ଚମ୍ପୁଆରେ ରହୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ସରପନଚ ନରହରୀ ନାଏକଙ୍କୁ ଯୋଗା ଯୋଗ କରାଯାଇଥିଲେ ହେଁ ଯୋଗାଯୋଗ ହୋଇପାରିନଥିଲା । ଏନେଇ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତିମୟଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଯୋଡାରେ ପିଡିଏସ ସାମଗ୍ରୀ ପହନଚିବାରେ ବିଳମ୍ବ ହେଉଥିବା କହିବା ସହିତ ରନ୍ଧାଖାଦ୍ୟ ପାଉନଥିବା ଲୋକଙ୍କ ନାମକୁ ହ୍ୱାଟସଅପ ମାଧ୍ୟମରେ ପଠାଇଲେ ଏହାର ତଦନ୍ତ କରିବେ । ଯୋଡା ବିଡିଓ ଯୋଗେଶ୍ୱର ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସବୁ ଅଂଚଳରେ ରନ୍ଧାଖାଦ୍ୟ ଦିଆଯାଉଛି ଯଦି କୌଣସି ଲୋକ ବାଦପଡିଥାଆନ୍ତି , ତାହେଲେ ଆମେ ଆପଣଙ୍କ ମାଧ୍ୟମରେ ଜାଣି ଏହାକୁ ତ୍ୱରାନିତ କରିବୁ । ସାଧାରଣ ବନ୍ଟନ ସମ୍ପର୍କରେ କହିଥିଲେ ଯେ, ଯୋଡା ଏକ ବଡ ବ୍ଲକ ହୋଇଥିବାରୁ ସମୟ ଲାଗୁଛି । ନକାରତ୍ମକ ଖବର ଆପଣମାନେ ପ୍ରକାଶ କରନ୍ତୁ ନାହିଁ ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ