୧୯ରେ ଖୋଲିବ ବିଦ୍ୟାଳୟ- ଦୁଇ ଦିନ ପୂର୍ବରୁ ଶିକ୍ଷକ , କର୍ମଚାରୀ ପରିଖିବେ ଗୃହ ସ୍ଥିତି
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍ ) ; ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୧୯ ତାରିଖରେ ବିଦ୍ୟାଳୟ ଖୋଲିବ । ତେବେ ବିଦ୍ୟାଳୟ ଖୋଲିବା ପୂର୍ବରୁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଗଂଜାମ ଜିଲ୍ଲା ଶିକ୍ଷାଅଧିକାରୀ ଡ. ସନାତନ ପଣ୍ଡା ଏକ ଚିଠି ମାଧ୍ୟମରେ ସମସ୍ତ ବ୍ଲକ ଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ , ଖରାଛୁଟି ସମୟରେ ବାତ୍ୟା ଫନୀ ହୋଇଥିଲ।। ଏହାର ପ୍ରଭାବରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ଗୁଡିକ ଖୋଲିବାର ଦୁଇଦିନ ପୂର୍ବରୁ ଅର୍ଥାତ୍ ୧୭ତାରିଖରେ ଶିକ୍ଷକ ଏବଂ କର୍ମଚାରୀ ବିଦ୍ୟାଳୟକୁ ଯାଇ ଶ୍ରେଣୀ ଗୃହ, କମ୍ପ୍ୟୁଟର ଗୃହ, ଆଇସିଟି ଲ୍ୟାବ, ବିଜ୍ଞାନ ଲ୍ୟାବ , ଶୈାଚାଳୟ ଏବଂ ଅନ୍ୟାନ୍ୟ ସ୍ଥିତି ପରଖିବେ । ମଧ୍ୟାହ୍ନ ଭୋଜନ ରୋଷେଇ ଗୃହର ସ୍ୱଚ୍ଛତା , ରୋଷେଇ ସାମଗ୍ରୀ, ଖାଦ୍ୟ ସାମଗ୍ରୀ ଆଦି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।