ବେସାମରିକ ବିମାନସେବାକୁ ନେଇ ଆଶଙ୍କାରେ ୨୦ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ: କୋରୋନା ପାଇଁ ସବୁ କ୍ଷେତ୍ର କ୍ଷତି ସହିଛି। ସାଧାରଣ ଦିନ ମଜୁରିଆଟିଏ ତା’ର ଦୈନିକ ମଜୁରୀ ନ ପାଇ ଗୁଜରାଣ ମେଣ୍ଟାଇବାକୁ ସଂଘର୍ଷ ଆରମ୍ଭ କରିଛି। ଏହିପରି ସ୍ଥିତିରେ ଭାରତୀୟ ବେସାମରିକ ବିମାନସେବାରେ କାର୍ଯ୍ୟରତ ପ୍ରାୟ ୨୦ ଲକ୍ଷ କର୍ମଚାରୀଙ୍କ ଅବସ୍ଥା ସଙ୍ଗୀନ ହୋଇଛି। କେନ୍ଦ୍ର ସରକାର ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇ ଦେଇଥିବାରୁ ଭାରତରେ ଘରୋଇ ଉଡାଣ ମଧ୍ୟ ପୁଣି ଥରେ ବନ୍ଦ ହୋଇଛି। ଏହିପରି ସ୍ଥିତିରେ ବିଭିନ୍ନ ବିମାନ ଉଡ଼ାଣକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଛୁଟିରେ ରହିବାକୁ ପଡ଼ିଛି। ଦୁଃଖର କଥା ଯେ ଏହି କର୍ମଚାରୀଙ୍କ ମଧ୍ୟରୁ ଅନେକ ଏଯାବତ ଦରମା ପାଇ ନାହାନ୍ତି। ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାସେଞ୍ଜରଙ୍କ ପାଇଁ ୮.୮ ବିଲିୟନ ଡଲାର କ୍ଷତି ସହିଛନ୍ତି। ଏହି ସ୍ଥିତିରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକାରୀ ସଂଘ ପକ୍ଷରୁ କୁହାଯାଇଛି ଯେ ଲକଡାଉନ ପରେ ବିମାନ ଉଡ଼ାଣ ନେଇ ଭାରତୀୟ ବେସମାରିକ ଉଡାଣକାରୀ କମ୍ପାନୀଗୁଡ଼ିକ ବ୍ୟାପକ ଅର୍ଥର ବରାଦ କରିବା ଜରୁରୀ ହୋଇପଡ଼ିଛି। ଲୋନ, ଲୋନ ଗ୍ୟାରେଣ୍ଟି ଓ କର୍ପୋରେଟ୍ ବଣ୍ଡ ମାର୍କେଟ ବ୍ୟବସ୍ଥା ଜରିଆରେ ଅର୍ଥ ସଂଗ୍ରହ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଅନ୍ତର୍ଜାତୀୟ ବିମାନ ଉଡ଼ାଣେକାରୀ ସଂସ୍ଥାରେ ବିଶ୍ବର ୨୯୦ଟି ଉଡ଼ାଣକାରୀ ସଂସ୍ଥା ରହିଥିଲା ବେଳେ ଆମ ଦେଶରୁ ଏୟାର ଇଣ୍ଡିଆ, ଭିସ୍ତାରା, ଇଣ୍ଡିଗୋ ଓ ସ୍ପାଇସଜେଟ୍ ଆଦି ସଂସ୍ଥା ରହିଛି, ଯେଉଁମାନେ କି କ୍ଷତିର ସମ୍ମୁଖୀନ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ