ଏସସିଓ ସମ୍ମିଳନୀ ରେ ଆତଙ୍କବାଦ ବିରେଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ କଲେ ମୋଦି
କିର୍ଗିଜିସ୍ତାନ ରେ ଚାଲିଥିବା ସାଘାଂଇ ସହଯୋଗ ସମ୍ମିଳନୀ ରେ ଯୋଗ ଦେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ କୁ କଡା ଚେତାବନି ଦେଇଛନ୍ତି । ଯେଉଁ ଦେଶ ଆତଙ୍କବାଦ କୁୁସ ଜନ୍ମ ଦେଉଛି ଓ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପ୍ରୋତ୍ସହନା ଯୋଗାଉଛି । ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମରାନ ଖାନ ଙ୍କ ଉପସ୍ଥିତି ରେ ଏହି ଭଳି ଭାବେ କଡା ଭାଷାରେ ନିନ୍ଦା କରିଛନ୍ତି ମୋଦି । ଆତଙ୍କ ବାଦ ର ମୂଳତ୍ତପାଟନ ପାଇଁ ଭାରତ ସଦାସର୍ବଦା ଚେଷ୍ଟା କରିଆସିଛି । ଏହା ସହିତ ବିଶ୍ୱ ସମୁଦାୟ ଆଗରେ ନିଜର ସ୍ୱର କୁ କୋଠର କରିଛି । ଯେଉଁ ମାନେ ଆତଙ୍କବାଦ କୁ ଅଗ୍ରାଧିକାର ଦେଉଛନ୍ତି ସେହି ରାଷ୍ଟ୍ର ବିରେଧରେ କୋଠର କାର୍ଯ୍ୟନୁଷ୍ଠାନ ନେବା ପାଇଁ ବିଶ୍ୱସମୁଦାୟ କୁ ଆହ୍ୱାନ କରିଛନ୍ତି ।


