ମାଙ୍କଡ଼ ମାନଙ୍କୁ ଖାଦ୍ୟ ଦେଉଛନ୍ତି ପଶୁ ପ୍ରେମୀ ଅଶୋକ
କୋଦଳା,(ଗୁଲସନ୍ କୁମାର କର):ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ଲକ୍ ଡାଉନ୍ ଜାରି ରହିଛି ।ଏହି ଲକ୍ ଡାଉନ୍ ସମୟରେ ସମସ୍ତେ ନିଜ ପେଟ ପାଇଁ ବ୍ୟସ୍ତ ଥିବା ବେଳେ ପଶୁପକ୍ଷୀଙ୍କ କଥା ବୁଝିବ କିଏ? ଏହିଭଳି ସମୟରେ କିଛି ବ୍ୟକ୍ତି ଗାଇ ଗୋରୁ ବୁଲା କୁକୁରଙ୍କୁ ଖାଦ୍ୟ ବଣ୍ଟନ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଶନିବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ସମ୍ମୁଖରେ କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଶୋକ କୁମାର ଶତପଥୀ ନାମକ ବ୍ୟକ୍ତି ଯିଏକି ପଶୁ ପକ୍ଷୀ ମାନଙ୍କ କଥା ବୁଝିବା ପାଇଁ ଆଗେଇ ଆସିଛନ୍ତି। କିଛି ମାକଂଡ ପଲ ଖାଦ୍ୟ ଅନ୍ୱେଷଣ ଥିବା ବେଳେ ଶ୍ରୀ ଶତପଥୀ ସେମାନଙ୍କୁ ନିଜ ହାତରେ ବିସ୍କୁଟ୍ ଖୁଆଇ ଆନନ୍ଦ ନେଉଥିଲେ। ଏହି ଦୃଶ୍ୟ କ୍ୟାମେରା କଏଦ୍ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଅଶୋକଙ୍କ ଏଭଳି କାର୍ଯ୍ୟକୁ ନେଇ ସମସ୍ତେ ସାଧୁବାଦ ଜଣାଇଥିଲେ। ତେବେ ପ୍ରବଳ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ପଶୁପକ୍ଷୀଙ୍କ ପାଇଁ ନିଜ ନିଜ ଛାତ କିମ୍ବା ଅଗଣାରେ ପାତ୍ର ମାନଙ୍କରେ ପାଣି ରଖିବାକୁ ଅନୁରୋଧ କରିଛନ୍ତି ଅଶୋକ। ଅନାବଶ୍ୟକ ଖାଦ୍ୟକୁ ଏଣେତେଣେ ନ ଫୋପାଡି ପଶୁ ମାନଙ୍କୁ ଦେବାକୁ ମଧ୍ୟ ସେ ନିବେଦନ କରିଛନ୍ତି।


