ସହାନୁଭୂତିର ହାତ ବଢ଼ାଇଲେ ଆର୍.ବି.ଏସ୍.କେ ଟିମ୍
କୋଦଳା,(ଗୁଲସନ୍ କୁମାର କର):କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆର.ବି.ଏସ୍.କେ ଟିମର ଡ଼ଃ ଜୟଦେବ ନାୟକ ନିଜ ଗାଡ଼ିରେ ଖଳାଡ଼ି ଗ୍ରାମକୁ ଯାଇ ଗ୍ରାମରେ କୋଭିଡ-୧୯ ସଚେତନତା କରିଥିଲେ। ଭୁବନେଶ୍ୱର ଶୈଳଶ୍ରୀ ବିହାରରୁ ଆସିଥିବା ଦିବ୍ୟଙ୍ଗ ହାଡ଼ ଜାନିଙ୍କୁ ଡ଼ଃ ନାୟକ ଶୁଖିଲା ଖାଦ୍ୟ,ସାନିଟାଇଜର, ପାଣି ବୋତଲ ଦେଇଥିଲେ । ଗ୍ରାମବାସୀଙ୍କ ସହମତି କ୍ରମେ ଉକ୍ତ ଗ୍ରାମର ଵିଦ୍ୟାଳୟରେ ପୃଥକ ବାସରେ ଅଛନ୍ତି ତାଙ୍କର ମା ସମ୍ବଳର ଅଭାବ ସତ୍ତ୍ୱେ ଏକା ତଦାରଖ କରୁଛନ୍ତି।ଏତତ୍ ବ୍ୟତୀତ ଆର୍.ବି.ଏସ୍.କେ ଟିମ ଡ଼ଃ ସଂଘମିତ୍ରା ,ଡ଼ଃ ଅନ୍ନନ୍ତ ନାରାୟଣ ମଧ୍ୟ ବିଭନ୍ନ ଗ୍ରାମ ବୁଲି କରୋନା ଉପରେ ସଚେତନତା କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିବା ୩୫ ଜଣଙ୍କ ମଧ୍ୟରୁ ଅଦ୍ୟାବଧି ୨୧ ଜଣଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଅଛି। ଏବଂ ୧୪ ଜଣଙ୍କ ରିପୋର୍ଟ ଆସିନାହିଁ।


