ପାରାଦୀପ କୋଭିଡ-୧୯ ଚିକିତ୍ସାଳୟ କାର୍ଯ୍ୟ କୁ ସମୀକ୍ଷା କଲେ ୫ଟି ସଚୀବ ଓ ଉନ୍ନୟନ କମିଶନର

ପାରାଦୀପ,(ପିତବାସ ପ୍ରଧାନ):ସଂପ୍ରତି ବିଶ୍ବ ମହାମାରୀ କରୋନା ର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ପାରାଦ୍ୱୀପ ଠାରେ କୋଭିଡ-୧୯ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ପ୍ରସ୍ତାବିତ କୋଭିଡ-୧୯ ଚିକିତ୍ସାଳୟ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବାକୁ ଶୁକ୍ରବାର ଦିନ ମଧ୍ୟାହ୍ନରେ ପାରାଦ୍ୱୀପ ରେ ପହଞ୍ଚି ଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର। ପାରାଦ୍ୱୀପ ମେରାଇନ ଡ୍ରାଇଭ ରୋଡଠାରେ ଥିବା ବିଜୁ ସ୍ମୁତି ଯାତ୍ରୀ ନିବାସକୁ କୋଭିଡ-୧୯ ଚିକିତ୍ସାଳୟ କରିବା ପାଇଁ ଆଗରୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଓ ପାରାଦୀପ ବନ୍ଦର ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର କରାଯାଇ ଥିଲା। ଆସନ୍ତା ୨୦ ତାରିଖ ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପ୍ରର୍ଯ୍ୟାୟରେ ୫୦ ଶର୍ଯ୍ୟା ବିଶିଷ୍ଟ କାର୍ଯ୍ୟକ୍ରମ ହେବ ଓ ଏଥିପାଇଁ ୨୦ ଜଣ ଡାକ୍ତର କର୍ମଚାରୀ ଯୋଗ ଦେଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ