ଅବହେଳିତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବର କର୍ମୀଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିଲେ ବନ୍ଦର ପ୍ରଶାସନ

ପାରାଦ୍ୱୀପ (ପୀତବାସ ପ୍ରଧାନ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ନୀତି, ନିୟମ, ଯୋଜନା, ଲୋକାଭିମୁଖୀ, ବିକାଶନ୍ମୁଖୀ ଆଦି କାର୍ଯ୍ୟକ୍ରମ ସଂପର୍କରେ ସମସ୍ତ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମର ଭୂମିକା ଅନସ୍ୱୀକାର୍ଯ୍ୟ । ବାତ୍ୟା, ବନ୍ୟା, ଭୂମିକମ୍ପ ଆଜି ଦୈବିଦୂର୍ବିପାକ ଜନିତ ବିଭୀଷିକା ଠାରୁ ଆରମ୍ଭ କରି ଦଙ୍ଗା, ଦୁର୍ଘଟଣା ସମୟରେ ନିଜ ଜୀବନକୁ ବିପନ୍ନ କରି ଘଟଣାସ୍ଥଳରେ ଉପସ୍ଥିତ ରହି ଖବର ପ୍ରସାରଣ ରେ ନିୟୋଜିତ କାର୍ଯ୍ୟରତ ସାମ୍ବାଦିକ ଦେଶରେ ଆଜି ଅବହେଳିତ ହେବାର କାରଣ ଅସ୍ପଷ୍ଟ । ଦେଶର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ଜନସାଧାରଣ ଭୋଗୁଥିବା ବିଭିନ୍ନ ସମସ୍ୟାର ଟିକିନିଖି ଖବର, ଦୂନୀତି ଆଦିକୁ ଲୋକଲୋଚନକୁ ଆଣିବା ସହ ସେ ସବୁର ପ୍ରତିକାର ରେ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଭୂମିକା ରହିଛି । ସମୟେ ସମୟେ ଦ୍ୱର୍ନୀତିଗ୍ରସ୍ତ ରାଜନେତା, ପଦାଧିକାରୀ, କଳାବଜାରୀ ଙ୍କ ସଂପର୍କରେ ଚାଞ୍ଚଲ୍ୟକର ଖବର ପରିବେଶଣ କରି ସେମାନଙ୍କ ଦ୍ୱାରା ନିୟୋଜିତ ଭଡାଟିଆ ଗୁଣ୍ଡାଙ୍କ ଆକ୍ରମଣ ର ଶୀକାର ହୋଇ ଜୀବନ ହରାଇଥିବା ନଜିର ଆମ ଦେଶରେ ଅଛି । ବର୍ତ୍ତମାନ ଦେଶରେ ଦେଖାଦେଇଥିବା କରୋନା ସଂପର୍କିତ ଟିକିନିଖି ଖବର ପ୍ରକାସନ ସାଙ୍ଗକୁ ସେସବୁକୁ ସାଧାରଣରେ ପହଞ୍ଚାଇବାରେ ସାମ୍ବାଦିକ ମାନେ ଗୁରୁ ଦାୟିତ୍ୱ ବହନ କରୁଛନ୍ତି । କରୋନା ନେଇ ଘୋଷିତ ଲକ୍‌ଡାଉନ୍ ସମୟରେ ନିଜ ଜୀବନକୁ ପାଣି ଛଡାଇ ସମ୍ବାଦ ସଂଗ୍ରହ ଓ ପରିବେଶଣରେ ଉତ୍ସର୍ଗିକୃତ ଭାବେ କାର୍ଯ୍ୟରେ ଲାଗିପଡିଛନ୍ତି । ଏହି ଭଳି ଭାବେ ପାରାଦ୍ୱୀପ କରୋନା ଯୋଦ୍ଧା ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ପାରାଦ୍ୱୀପ ବନ୍ଦର ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ପ୍ରଦାନ କରିଛନ୍ତି । ବାହାରେ ସାହସକତାର ସହ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗେଇ ଖବର ସଂଗ୍ରହ କରୁଛନ୍ତି । ଏହାକୁ ହୃଦୟଙ୍ଗମ କରି ବନ୍ଦର ପ୍ରଶାସନ ସାମ୍ବାଦିକ ମାନଙ୍କୁ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ପ୍ରଦାନକୁ ସାମ୍ବାଦିକ ମହଲରେ ଖୁସି ବ୍ୟକ୍ତ କରାଯାଇଛି । ପାରାଦ୍ୱୀପ ରେ ବହୁ ଛୋଟବଡ ଶିଳ୍ପାୟନ ରହିଛି । ପାରାଦ୍ୱୀପ ସାମ୍ବାଦିକ ମାନେ ସବୁ ସମୟରେ ସୋମନଙ୍କ ଖବର ପ୍ରସାରଣ କରିଥିଲେ ବି ଏଭଳି ବିଶ୍ୱ ବିପତ୍ତି ସମୟରେ ସାମ୍ବାଦିକ ମାନଙ୍କୁ ଭୁୁଲିଯିବା ନିହାତି ଦୁଃଖ ଓ ପରିତାପର କଥା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ