ବାଇକ୍ ରୁ ଖସି ମହିଳା ମୃତ

ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ତିରିଂ ଜାତୀୟ ରାଜପଥ ତିରିଂ ଥାନା ଅନ୍ତର୍ଗତ ସିଗଦି ଛକରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ । ବାଇକରେ ଆସି ମା ମୃତ ହୋଇଥିବା ବେଳେ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରକାଶ ତାଙ୍କରି ଯଶିପୁର ଥାନା ଅନ୍ତର୍ଗତ ଭଣ୍ଡାରିପୋଶି ଅଂଚଳର ଉର୍ମିଳା ମୁଖି୪୦) ଏବଂ ପୁଅ ବାଇକ ଚଳାଇ ଟାଟା ନଗର ଯାଉଥିଲେ ।ତିରିଂ ଥାନା ଅନ୍ତର୍ଗତ ସିଗଦି ଛକରେ ସାମ୍ନା ପଟରୁ ଏକ ଗାଡ଼ି ଆସୁଥିଲା ।ବାଇକ ଚାଳକ ବାଇକ କାଟି ଆଗକୁ ଯାଉଥିବା ବେଳେ ସାମ୍ନାରେ ଥିବା ଏକ ବଡ଼ ଖାଲରେ ଚକ ପଶି ଯିବା ଫଳରେ ପଛରେ ବସି ଥିବା ମହିଳା ଜଣକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ବାଇକ ଚାଳକଙ୍କର କିଛି ହୋଇ ‌ନ ଥିଲା ।ପରେ ପୋଲିସ ମୃତକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ସହ କେଶ ନଂ ୨୩ ମାମଲା ରୁଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ