ରାଜ୍ୟସ୍ତରୀୟ କବି ସମ୍ମିଳନୀ
ନାଉଗାଁ,(ଯୁଗାବ୍ଦ ନୁୃ୍ୟଜ୍) : ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଚାନ୍ଦଖାଁପାଟଣା ଶିଶୁ ମଠ ପରିସରରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଗୋଠଦା ମଠାଧିଶ ମହନ୍ତ ମହାରଜ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ, ମୁଖ୍ୟବକ୍ତା ଭାବେ ପୁରୀ ନୟାହାଟ ମାଠର ମଠାଧିଶ ବାବା ଦାମୋଦର ଦାସ, ସମ୍ମାନନୀୟ ବକ୍ତା ଭାବେ ତିହୁଡା ଗୁରୁକୃପା କୂଟୀରର ବାବା ସତ୍ୟାନନ୍ଦ ଦାସ, ନ୍ୟାୟମୂର୍ତୀ ଭିକାରୀ ଚରଣ ରାଉତ,ସମ୍ମାନନୀୟ ଅତିଥିଭାବେ ଶିକ୍ଷାବିତ ଅଶୋକ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଗ୍ରାମଂଚଳରେ ସାହିତ୍ୟ ସାଧନା ଆମ ପାଇଁ ପ୍ରେରଣାର ଉତ୍ସ,ତେଣୁ ସମାଜରେ କବି ଓ କବିୟତ୍ରୀଙ୍କ ଲେଖନୀ ସମାଜକୁ ଦିଗଦର୍ଶନ ଦିଏ ବୋଲି କହିଥିଲେ । ସୁଜାତା ସିହ୍ନା ଓ ବିଭୁତି ଭୂଷଣ ତ୍ରିପାଠୀ ସଂଯୋଜନାରେ ଚୈତନ୍ୟ ଚରଣ ନାୟକ, ପ୍ରସନ୍ନ ଲେଙ୍କା,ମୀନାରାଣୀ ମଲ୍ଲିକ,ଗଣେଷ ମହାନ୍ତି, ଅଜୟ ଚରଣ ଶତପଥି, ଉମାକାନ୍ତ ନାୟକ, ଶରତ ଚନ୍ଦ୍ର ମହାନ୍ତି, ଡଃ ଚାଇନା ପ୍ରଧାନ, ବଂଶୀଧର ଆଚାର୍ଯ୍ୟ, କୈଳାଶ ଚନ୍ଦ୍ର ବେହେରା, ଚିନ୍ତାମଣୀ ରାଉଳ, ସରିତା ପାଟସାହାଣୀଙ୍କ ସମେତ ରାଜ୍ୟର ବିଭିନ୍ନ ଅଂଚଳରୁ ଶତାଧିକ କବି ଓ କବିୟତ୍ରୀମାନେ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । କବିମାନଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ । ପରିଷଦର ସଂପାଦକ ବାମଦେବ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗଂଗାଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।


