ବ୍ୟାଙ୍କରେ ସାମାଜିକ ଦୂରତା ତଦାରଖ କଲେ ବି.ପି.ସି

ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ମହାମାରୀ ଲକ୍ ଡାଉନ୍ ପରିପେକ୍ଷୀରେ ବନ୍ତ ବ୍ଲକର ବିଭିନ୍ନ ବ୍ୟାଙ୍କରେ ସାମାଜିକ ଦୂରତା ରକ୍ଷା କରିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଅଙ୍ଗନୱାଡି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଦାୟୀତ୍ୱ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକୁ ଓଡିଶା ଜୀବିକା ମିଶନର ବିପିଏମ୍ ଓ ମିଶନଶକ୍ତିର ବିପିସିଙ୍କ ତରଫରୁ ତଦାରଖ କରାଯାଉଛି । ଆଜି ମିଶନଶକ୍ତିର ବି.ପି.ସି ଚୀରଞ୍ଜୀବ୍ ଦାସ ଆଗରପଡାସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ବିବିସିସି ବ୍ୟାଙ୍କ ଶାଖ ଗୁଡିକ ପରିଦର୍ଶନ କରି ଠିକ୍ ଭାବରେ ସାମାଜିକ ଦୂରତା ରକ୍ଷା କରାଯାଉଛି କି ନାହିଁ ତାହା ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ