ଆପ୍ତିରା ଆଦିବାସୀ ସାହିରେ ସଚେତନତା ସହ ସାମଗ୍ରୀ ବଣ୍ଟନ
ବନ୍ତ,(ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଞ୍ଚାୟତ ଅଧିନ ଆପ୍ତିରା ଆଦିବାସୀ ସାହିରେ ସେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ତରଫରୁ ବସ୍ତିର ଲୋକ ମାନଙ୍କୁ କୋଭିଡ-୧୯ରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକମୂଳକ ପଦକ୍ଷେପ ବିଷୟରେ ସଚେତନ କରାଯାଇଛି । ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ଅବଲମ୍ବନ କରିବା, ବାହାରକୁ ବାହାରିଲେ ମାକ୍ସ ପିନ୍ଧିବା, କାଶ, ଥଣ୍ଡା ଜ୍ୱର ହେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା, ବାହାରୁ କେହି ଆସିଲେ ୧୦୪ରେ ପଞ୍ଜୀକରଣ କରିବା, ସଙ୍ଗରୋଧ ହୋଇ ରହିବା ବିଷୟରେ ଲୋକ ମାନଙ୍କୁ ସଚେତନ କରାଯାଇଥିଲା । ସଂସ୍ଥାର ନିଜସ୍ୱ ସମ୍ବଳରୁ ସାବୁନ୍, ବିସ୍କୁଟ ଓ ସଂସ୍ଥା ଦ୍ୱାରା ପ୍ରସ୍ତୁତ ମାକ୍ସ ଲୋକ ମାନଙ୍କୁ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକୁ ସଂସ୍ଥାର କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତି, ସ୍ୱେଚ୍ଛାସେବୀ ରବିନ୍ଦ୍ର କୁମାର ଯେନା, ସୁରେଶ ଭାରତୀ ସମ୍ପାଦନ କରିଥିଲେ ।