ଓଡିଶା ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନ ତରଫରୁ ଛତ୍ରପୁର ଠାରେ ବିଶିଷ୍ଟ କବି ଡ. ହୁସେନ ରବିଗାନ୍ଧୀ ସମ୍ବର୍ଦ୍ଧିତ
ଛତ୍ରପୁର,: ଓଡିଆ ଭାଷା ସାହିତ୍ୟର ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ନବ୍ୟ ପ୍ରଗତିବାଦୀ କାବ୍ୟଧାରାର ଅନ୍ୟତମ ଦିଗ୍ଦର୍ଶକ କବି ଡ. ହୁସେନ ରବିଗାନ୍ଧୀଙ୍କୁ ଓଡିଶା ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନ ତରଫରୁ ସଂବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପାଠାଗାର ଠାରେ ଆଜି ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ କବି ଡ. ହୁସେନ ରବି ଗାନ୍ଧୀଙ୍କୁ ବିଶିଷ୍ଟ ସାରସ୍ୱତ ସମ୍ମାନ-୨୦୧୯ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଥିଲ।। ଆୟୋଜିତ ଏହି ସାରସ୍ୱତ ସମାବେଶ କୁ ବିଶିଷ୍ଟ କବି ଡ. ଗାନ୍ଧୀ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ସୁଶାଂତ ଦାଶ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଓଡିଶା ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ ନିଜର ସ୍ୱାଗତ ଅଭିଭାଷଣରେ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟପନ୍ଥା ସଂପର୍କରେ ସୂଚନା ଦେବା ସହ କବି ଡ. ଗାନ୍ଧୀଙ୍କ ସାହିତ୍ୟ ଜୀବନ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥୀ ଭାବେ କବି ଅବନୀ ରଂଜନ ଦାଶ ଯୋଗଦେଇଥିବା ବେଳେ ସମାଜସେବୀ ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ସମ୍ମାନୀତ ଅତିଥୀ ଭାବେ ମଂଚାସୀନ ହୋଇଥିଲେ । ସ୍ତମ୍ବକାର ତଥା ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ. ହୁସେନ ରବିଗାନ୍ଧୀ ନବ୍ୟ ପ୍ରଗତିବାଦୀ କାବ୍ୟଧାରାର ଅନ୍ୟତମ ଦିଗ୍ଦର୍ଶକ ବୋଲି ଦର୍ଶାଇଥିଲେ । ସମ୍ବର୍ଦ୍ଧିତ ପ୍ରତିଭା କବି ଡ. ହୁସେନ ରବିଗାନ୍ଧୀ ନିଜର ବକ୍ତବ୍ୟରେ କହିଥିଲେ , ସେ ଜୀବନ ବ୍ୟାପି ଓଡିଆ ଭାଷା ସାହିତ୍ୟ ପାଇଁ ସମର୍ପିତ । ଆଜିର ପ୍ରଦତ ସମ୍ବର୍ଦ୍ଧନା ମତେ ଅଦ୍ଭୂତ ଆନନ୍ଦ କରିଛି ଏବଂ ମତେ ସାହିତ୍ୟରେ ଅନେଜ ଆଗକୁ ଯିବାପାଇଁ ଆଗ୍ରହ ପ୍ରଦାନ କରିଛି ବୋଲି ଡ.ଗାନ୍ଧୀ କହିଥିଲେ । ଏହି ଅବସରରେ ସମଜସେବୀ ବି.ଶ୍ରୀନିବାସ ରାଓ, ସାହିତ୍ୟକ ତ୍ରିନାଥ ନାୟକ, କବି ଅଜିତ୍ କୁମାର ସେଠୀ, କବି ଗୈାରଚନ୍ଦ୍ର ଷଡଙ୍ଗୀ, ସମାଜସେବୀ ସୟଦ ମୁକ୍ତାର , ଶିକ୍ଷାବିତ୍ ଲିଙ୍ଗରାଜ ଜେନା, କବି ତ୍ରିନାଥ ପ୍ରଧାନ ଓ କବି ଆର. ସୁନନ୍ଦା ଚୈାଧୂରୀ ପ୍ରମୂଖଙ୍କୁ ନିଜ ନିଜର ବ୍ୟକ୍ତିତ୍ୱ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲ।। ବିଶିଷ୍ଟ କବି ବିମ୍ବାଧର ଷଡଙ୍ଗୀଙ୍କ ସଂଯୋଜନାରେ ଏକ କବିତା ପାଠ ଅନୁଷ୍ଠିତ ହୋଇଥିଲ।। ନିମନ୍ତ୍ରିତ କବି ସୁବର୍ଣ୍ଣମାଳା ବିଷୋୟୀ, ଅମୀୟ କୁମାର ଧଳ, ଲକ୍ଷ୍ମଣ ପଣ୍ଡା, ଦୀପ୍ତିଲେଖା ମିଶ୍ର, ଅଜିତ୍ କୁମାର ସାବତ, ସୁଜିତ୍ କୁମାର ପଣ୍ଡା, ଜୟନ୍ତି ବେହେରା, ସଂଜୟ କୁମାର ଷଡଙ୍ଗୀ, ଅମିତାଭ ସାହୁ, ବ୍ରଜ ମୋହନ ଆଚାର୍ଯ୍ୟ,ଭାଗିରଥୀ ବେହେରା, ଡଃ. ଅଜୟ କୁମାର ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ କବି ସାହିତ୍ୟିକ ଶ୍ରୀନିବାସ ପଣ୍ଡାଙ୍କ ଗଳ୍ପସଂକଳନ ‘’ମନ ପସନ୍ଦ ଗପ ତୁମରି ପାଇଁ ’’ ଲୋକାର୍ପିତ ହୋଇଥିଲା । ଶିକ୍ଷାବିତ୍ ସୁବର୍ଣ୍ଣମାଳା ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ବେଳେ ନିରଂଜନ ତ୍ରିପାଠୀ, ମୁରଲି ଦାଶ, ଦିପ୍ତିମିତା ମହାପାତ୍ର ପ୍ରମୁଖ ସଭା ପରିଚାଳନା କରିଥିଲେ ।


