କୋଭିଡ ଯୋଦ୍ଧାଙ୍କ ସେବାରେ ହିନ୍ଦୁ ଜାଗରଣ ମଂଚ
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ରଚାଇଥିବାବେଳେ ଏଥିପାଇଁ ପ୍ରତିଷେଧକ ନଥିବାରୁ କେବଳ ସାମାଜିକ ଦୂରତ୍ୱ ରକ୍ଷା, ଘରେ ରହିବା ଏହାର ମୂଳ ପ୍ରତିଷେଧକ ହୋଇଛି । କିନ୍ତୁ ଏହି ସମୟରେ ସାଧାରଣ ଜନତାଙ୍କ ସେବାରେ ନିଜ ନିଜର ଜୀବନକୁ ପାଣି ଛଡାଇ କର୍ତବ୍ୟ କରୁଥିବା ଭୁବନେଶ୍ୱର ମହାନଗରର କୋଭିଡ ଯୋଦ୍ଧା ପୋଲିସ ଭାଇ ଓ ଭଉଣୀମାନଙ୍କ ସେବାରେ ହିନ୍ଦୁ ଜାଗରଣ ମଂଚ । ଖରା ତରାରେ ସାଧାରଣ ଜନତାଙ୍କୁ ସେବା ଯୋଗାଉଥିବା ପୋଲିସ ଭାଇ ଭଉଣୀମାନଙ୍କୁ ହିନ୍ଦୁ ଜାଗରଣ ମଂଚ ତରପରୁ ଶୁଖିଲା ଖାଦ୍ୟ, ପାଣି ଓ ଫଳ ବଂଟନ କରାଯାଇଛି । ମଂଚ ତରଫରୁ କଳିଙ୍ଗ ଷ୍ଟୁଡିଓ ଛକ, ଫାୟାର ଅଫିସ ଛକ, ଖଣ୍ଡଗିରି ଛକ, ଏୟାରପୋର୍ଟ ଛକ, ଶିରିପୁର ଛକ,ୟୁଟିଟ-୬ ଆଦି ଅଂଚଳରେ ଏହି ସେବା ଯୋଗାଇ ଦିଆଯାଇଥିଲା । କରୋନା ଭୂତାଣୁ ଜନିତ ସଂକ୍ରମଣ ଆଶଙ୍କାରେ ସାରା ଜିଲ୍ଲାରେ ଲକଡାଉନ ବ୍ୟବସ୍ଥା ଜାରି ହୋଇଥିବାରୁ ଗରୀବ ଓ ଦିନମଜୁରିଆମାନେ ଖାଦ୍ୟ ଅଭାବ ସାମନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ଜଟଣୀ ଓ ଭୁବନେଶ୍ୱରର ବିଭିନ୍ନ ଅଚଂଳର ଗରୀବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ(ଚୁଡା, ଅଟା ଓ ବିସ୍କୁଟ), ଫିନାଇଲ, ସାନିଟାଇଜର ପ୍ରଭୃତି ବଂଟନ କରାଯାଇଛି । ଜଟଣୀରେ ୧୦୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି ସେବା ଯୋଗାଇ ଦିଆଯାଇଛି । ଭୁବନେଶ୍ୱରର ନିଳାଦ୍ରୀବିହାର, ପଟିଆ, ଶୈଳେଶ୍ରୀ ବିହାର, ଜଟଣୀ ଆଦି ବିଭିନ୍ନ ଅଂଚଳରେ ୭୮୫ ଗୋମାତାଙ୍କୁ ଖାଦ୍ୟ ଦିଆଯାଇଛି । ସେହିପରି ତମାଣ୍ଡୋ ଅଂଚଳରେ ବସବାସ କରୁଥିବା ୧୦୦ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଛି ବୋଲି ହିନ୍ଦୁ ଜାଗରଣ ମଂଚର ପୁରୀ ବିଭାଗ ସଂଯୋଜକ ସୁମନ୍ତ ଘଡାଇ ପ୍ରକାଶ କରିଛନ୍ତି ।