CREATOR: gd-jpeg v1.0 (using IJG JPEG v62), quality = 100ମିସ ଇଣ୍ଡିଆ ସବୁ ତରୁଣୀ ମାନଙ୍କ ସ୍ୱପ୍ନ ଥାଏ ତାଙ୍କୁ ଭାରତ ର ସବୁଠାରୁ ସୁନ୍ଦର ତରୁଣୀ ରୂପେ ଜାଣନ୍ତୁ । ଆଉ ଏଥି ପାଇଁ କମ ପରିଶ୍ରମ ପଡେନାହିଁ ଝିଅ ମାନଙ୍କୁ । ଶିକ୍ଷା ଠାରୁ ଆରମ୍ଭ କରି କ୍ୟାଟୱାର୍କ ପର୍ଯ୍ୟନ୍ତ ସବୁକିଛି ଅଲଗା କରି ଦେଖାଇବାକୁ ପଡେ ମଞ୍ଚରେ ଉପସ୍ଥିତ ଥିବା ଜ୍ୟୁରୀ ମାନଙ୍କୁ । ଚଳିତ ଥର ମିସ ଇଣ୍ଡିଆ ର ମୁକୁଟ ପିନ୍ଧିଛନ୍ତି ରାଜସ୍ଥାନ ର ଲଳନା ସୁମନ ରାଓ । ସ୍ୱପ୍ନ ର ନଗରୀ ମୁମ୍ବାଇ ରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯକ୍ରମରେ ୨୦୧୮ ର ମିସ ଇଣ୍ଡିଆ ଅନୁକ୍ରିତୀ ଦାସ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ଏହି କାର୍ଯ୍ୟକ୍ରମ ରେ ନାମିଦାମି କଳାକାର ଅଭିନେତୀ ହୁମା କ୍ୟୁରେଶି , କୋରିଓ ଗ୍ରାଫର ରେମୋ ଡିସୁଜା , ଅଭିନେତା ଭିକି କୈଶଲ ଓଡିଆ ଆଥଲେଟିକ ଦୂତୀ ଚାନ୍ଦ ଓ ୨୦୧୮ ମିସ ୱାଲ୍ଡ ଭେନେସା ପୋଁସେ ବିଚାରକ ଭାବେ ଉପସ୍ଥିତ ଥିଲେ । ସୁମନ ବୃତ୍ତି ରେ ଜଣେ ଚାଟାର୍ଡ ଆକାଉଣ୍ଟ ସେ ତାଙ୍କ ବାପା ମାଁ ଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲେ ।