ପାରଳାଖେମୁଣ୍ଡିରେ ଦେବସ୍ନାନ ପୂର୍ଣ୍ଣିମା

ପାରଳାଖେମୁଣ୍ଡି (ଯୁଗାବ୍ଦ ନ୍ୟୁଜ୍): ଆଜି ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୁର୍ତ୍ତୀ । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରେ ଅବସ୍ଥିତ ଥିବା ଚତୁର୍ଦ୍ଧା ମୂର୍ତ୍ତି, ପାରଳା ବଡ ଦେଉଳ ସ୍ନାନ ମଣ୍ଡପରେ ବିରାଜମାନ କରିଥିଲେ । ସ୍ନାନ ମଣ୍ଡପରେ ଠାକୁରମାନଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା । । ମହାପ୍ରଭୁଙ୍କ ଦର୍ଶନ କରିବା ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିଲା । ଭୋର ସକାଳୁ ସକାଳୁ ରିତିନୀତି ଅନୁସାରେ ଶ୍ରୀଜୀଉଙ୍କୁ ପହଣ୍ଡି କରାଯାଇଥିଲା । ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ପ୍ରଲେପ କରାଯାଇ ଘିଅ ମହୁ, ଦୁଧ ପଇଡ ପାଣିରେ ସ୍ନାନ କରାଯାଇ ଥିଲା । ପରେ ପରେ ଶ୍ରୀଜୀଉମାନଙ୍କର ଅଙ୍ଗରେ ଅଲେପ କରାଯାଇ ବେଶ କରାଯାଇଥିଲା । ମହାପ୍ରଭୁଙ୍କ ଗଜାନନ ବେଶ ଦେଖିବା ପାଇଁ ପ୍ରବଳ ଜନମାଗମ ହୋଇଥିଲା । ଶ୍ରଦ୍ଧାଳୁମାନେ ସ୍ନାନ ଦେବୀରେ ତିନି ଠାକୁରଙ୍କ ଗଜାନନ ବେଶକୁ ଦର୍ଶନ କରି ନିଜକୁ ଧନ୍ୟମନେ କରୁଥିଲେ । ପୁରାଣରେ ବର୍ଣ୍ଣିତ ଅଛି ସ୍ନାନ ବେଦିରେ ମହାପ୍ରଭୁଙ୍କ ଗଜାନନ ଦର୍ଶନ କଲେ କୋଟି କୋଟି ଜନ୍ମର ପାପ ଧୋଇହୋଇଯାଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି । ଭକ୍ତିମୟ ପରିବେଶ ରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ