ଗରିବ ପରିବାରକୁ ସହାୟତା କରିବାକୁ ଯାଇ ପୁଲିସର ଆକ୍ରୋଶର ଶୀକାର ହେଲେ ସ୍ୱେଚ୍ଛାସେବୀ
ହାଟଡ଼ିହି,(ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ୪୦ରୁ ଉର୍ଦ୍ଧ ପରିବାର କାମଦାମ ବନ୍ଦ ହେବାପରେ ସରକାରୀ ସହାୟତା ମିଳୁନଥିବାବେଳେ ଭୋକ ଉପାସରେ ଦିନ କାଟୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଆଜି ସର୍ବଫର ପିପୁଲ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ୬ଜଣ ସଦସ୍ୟ ସହାୟତା ଯୋଗାଇ ଦେବାକୁ ଯାଉଥିବାବେଳେ ସୋସୋ ପୁଲିସ ସେମାନଙ୍କୁ ବିଦ୍ୟାଧରପୁର ନିକଟରୁ ଧରିନେଇ ରାତି ପର୍ଯ୍ୟନ୍ତ ଥାନାରେ ଅଟକ ରଖିଛି । ଖବରରୁ ଜଣାଯାଇଛି ଯେ କେ ବାଲିପାଳ ପଞ୍ଚାୟତଟି ଏକ ଅ।।ଦିବାସୀ ବହୁଳ ପଞ୍ଚାୟତ । ଏଠାରେ ୯୯ ଭାଗ ଲୋକ ଶ୍ରମିକ ଓ ଦିନ ମଜୁରିଆ । ଏମାନେ ବାହାରେ କାମଦାମ କରୁôତବାବେଳେ ଆଉ କିଛି ଖଲିପତ୍ର ସିଲାଇ କରି ଚଳିଥାନ୍ତି । ଲକଡାଉନ ଦିନଠାରୁ ଏମାନେ କାମଦାମକୁ ଯାଇ ନପାରି ଘରେ ବସିରହିଛନ୍ତି । ଏପରିସ୍ଥିତିରେ ରାଜ୍ୟସରକାର ସେମାନଙ୍କ ପାଇଁ ରେସନ ସାମଗ୍ରୀ ଓ ସରକାରୀ ସହାୟତା ଯୋଗାଇ ଦେଇଥିବାବେଳେ ୪୦ରୁ ଉର୍ଦ୍ଧ ପରିବାରଙ୍କ ଆଧାରଲିଙ୍କ ଓ ଅନ୍ୟାନ୍ୟ କାରଣରୁ ସହାୟତା ଓ ରେସନ ସାମଗ୍ରୀ ପାଇବାରୁ ବାଦ ପଡିଯାଇଛନ୍ତି । ସେମାନେ ବହୁ ଦୁଃଖକଷ୍ଟରେ କାଳାତିପାତ କରୁଥିବାବେଳେ ବ୍ଲକ ପକ୍ଷରୁ ସେମାନଙ୍କୁ କୌଣସି ସହଯୋଗ କରାଯାଇ ନାହିଁ । ଏ ସମ୍ପର୍କରେ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଆଜି ଶାଳଣିଆଁର ସର୍ବଫର ପିପୁଲ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଏହି ୪୦ପରିବାରଙ୍କ ପାଇଁ ଚାଉଳ, ଡାଲି, ଆଳୁ ଓ ପନିପରିବା ଆଦି ନେଇ ଏକ ଅଟୋରେ କେ ବାଲିପାଳ ଭଳି ଏକ ଦୁର୍ଗମ ଅଞ୍ଚଳକୁ ଯାଉଥିବାବେଳେ ସୋସୋ ପୁଲିସ ସେମାନଙ୍କୁ ବିଦ୍ୟାଧରପୁର ଠାରେ ଅଟକାଇ ଥାନାକୁ ନେଇଯାଇଥିଲେ । ଖବରପାଇ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଓ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଜୟ ରାଉତ ପ୍ରମୁଖ ଥାନାରେ ପହଞ୍ଚି ଏପରି ସାହାଯ୍ୟ କାିବାକୁ ଯାଉଥିବା ସଦସ୍ୟ ମାନଙ୍କୁ ଛାଡିଦେବାକୁ ନିବେଦନ କରିଥିଲେବି ଥାନା ଅôଦକାରୀ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇ ନଥିଲେ । ଏନେଇ ଜିଲାପରିଷଦ ସଦସ୍ୟା ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ବିଡିଓଙ୍କୁ ଅବଗତ କରି ତୁରନ୍ତ ସେମାନଙ୍କୁ ଛାଡି ଦେବାକୁ ନିବେଦନ କରିଥିଲେବି ରାତି ୮ଟା ପର୍ଯ୍ୟନ୍ତ ଏହି ସ୍ୱେଚ୍ଛାସେବୀ ଯୁବକମାନେ ଭୋକ ଉପାସରେ ଥାନାରେ ଅଟକ ଥିବା ଜଣାଯାଇଛି । ପୁଲିସ କରୋନା ଲଢ଼େଇ ପାଇଁ କାର୍ଯ୍ୟ କରୁଥିଲେବି ମାନବିକତାକୁ ଭୁଲିଯିବା ପରିତାପର ବିଷୟ ବୋଲି ଟିକି କିସ୍କୁ କହିଛନ୍ତି ।