ଗଜପତିରେ ଲକ୍‌ଡଉନ୍ ବେଳେ ଗୋ ମାଂସ ଜବତ ୨ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜଲ୍ଲାରେ ଲକ୍‌ଡାଉନ୍‌କୁ କଡାକଡି ଭାବେ ପାଳନ କରାଯାଉଛି । ଏଥି ନେଇ ପୋଲିସ ତରଫରୁ ୨୪ ଘଣ୍ଟିଆ ପେଟ୍ରୋଲିଂ ଜାରି ରଖାଯାଇଛି । ଏହି ଜିଲ୍ଲାର ଆର.ଉଦୟଗିରି ଠାରେ ତହସିଲଦାର ସୁଧିରଞ୍ଜନ ଶତପଥୀଙ୍କ ଉପସ୍ଥିତିରେ ପେଟ୍ରୋଲିଂ ଚାଲିଥିବା ବେଲେ ଗୋ ମାଂସ ଜବତ ହୋଇଥିବା ସୁଚନା ମିଳିଛି । ଆର.ଉଦୟଗିରି ଥାନା ଅଞ୍ଚଳର ରଣାଲଇରୁ ମହେନ୍ଦ୍ରଗଡକୁ ଗ୍ରାମକୁ ସୁକାନ୍ତ ପ୍ରଧାନ ଓ ପ୍ରଦିପ କୁମାର ପାଣି ୨ଜଣ ଯୁବକ ୫୦କିଲୋ ଗୋ ମାଂସ ଓଡି ୦୭ ଏମ ୩୧୬୨ ନଂମ୍ବର ବିଶିଷ୍ଟ ବାଇକ୍‌ରେ ଚାଲାଣ କରୁଥିବା ବେଳେ ପୋଲିସ ଦ୍ୱାରା ଧରା ପଡିଛନ୍ତି । ଏ ନେଇ ଆର.ଉଦୟଗିରି ଥାନାରେ କେସ ନଂ ୩୧ରେ ମାମଲା ରୁଜୁ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ମୋହନା ଥାନାର ଝୋଲାସାହି ଗ୍ରାମରେ ଚୋରା ଦେଶୀମଦ କାରବାର ବେଳେ ପୋଲିସ ଚଢାଉ କରି ଲିଟୁ ନାୟକକୁ ଗିରଫ କରିଛି । ଏଥିରେ ୧୫ ଲିଟର ଚୋରା ଦେଶୀମଦକୁ ପୋଲିସ ଜବତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ