ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ସର୍ବଶିକ୍ଷା ଅଭୀଯାନ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦେବା ସହିତ ଉପଖଣ୍ଡ ଅଧୀନରେ ବାକି ରହିଥିବା ସମସ୍ତ କାର୍ଯ୍ୟ ଗୁଡିକୁ ନିର୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିି । ପ୍ରତ୍ୟେକ ତହସିଲ ଅଧୀନରେ ମ୍ୟୁଟେସନ୍ ମାମଲା ଗୁଡିକ ଫଇସଲା ନ ହୋଇ ପଡି ରହିଥିବା ନେଇ ରାଜସ୍ୱ ନିରୀକ୍ଷକ ଏବଂ ତହସିଲଦାର ମାନଙ୍କୁ ତାଗିଦ୍ କରିବା ସହ ମାମଲା ଗୁଡିକୁ ତୁରନ୍ତ ଫଇସଲା କରାଯିବ । ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟରେ କୌଣସି ଉନ୍ନତି ନ ଆସେ ତେବେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଏବଂ ତହସିଲଦାରଙ୍କ ଉପରେ ବିଭାଗୀୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ରାଜସ୍ୱ ଆଦାୟ ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲିଜ୍ ନହୋଇଥିବା ସଇରାତ ଗୁଡିକୁ ବେଆଇନ୍ ଭାବେ ଚଳାଉଥିବା ସଇରାତ ଗୁଡିକୁ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ହେବ । ଯେଉଁମାନେ ଚୋରା ଚାଲଣ କରୁଛନ୍ତି ସେମାନଙ୍କ ଉପରେ ଚଢାଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅତିରିକ୍ତଜିଲ୍ଲାପାଳ କହିଛନ୍ତି । ଘରବାରି ପଟ୍ଟା ପ୍ରଦାନ ବେଳେ କିସମ ପରିବର୍ତ୍ତନ ବେଳେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେବ । କୃଷି ଓ ଅଣକୃଷି ଜମିକୁ ଚିହ୍ନଟ କରାଯିବ । ମାର୍ଚ୍ଚ ପର ଠୁ ୩ ମାସ ସୁଦ୍ଧା ଯେତେ ଗୁଡିଏ ଗ୍ରାମକଣ୍ଠକ ପଟ୍ଟା ପାଇଁ ଆବେଦନ ହୋଇଛି, ସେହି ମାମଲା ଗୁଡିକୁ ତୁରନ୍ତ ଫଇସଲା କରିବାକୁ କୁହାଯାଇଛି । ବସୁନ୍ଧରା ଯୋଜନାରେ ୭୫୪ ଜଣ ବାସହୀନ ହିତାଧିକାରୀଙ୍କ ଯାଞ୍ଚ କରି ତୁରନ୍ତ ପଟ୍ଟା ପ୍ରଦାନ କରାଯିବ । ପ୍ରାକୃତିକ ଦୁର୍ଘଟଣାରେ ତଥା ସାପ କାମୁଡା, ଅଂଶୁଘାତ, ଜଳାଶୟରେ ବୁଡି ମୃତ୍ୟୁ ହୋଇଥିବା ୪୧ ଟି ମାମଲା ଗୁଡିକୁ ତୁରନ୍ତ ପଦକ୍ଷେପ ନିଆଯିବ । ୧୩୪୭ ଟି ଓଏଲଆର୍ ୮(ଏ) ମାମଲା ଗୁଡିକୁ ଏକମାସ ମଧ୍ୟରେ ଫଇସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ମଞ୍ଜୁର ହୋଇଥିବା ଖଲ୍ଲିକୋଟ, ପୁରୁଷୋତ୍ତମପୁର ଏ ବେଗୁନିଆପଡା ବ୍ଲକର ୫୩ ଟି ମାମଲାର ହିତାଧିକାରୀଙ୍କୁ ଜୁନ୍ ଶେଷ ସୁଦ୍ଧା ପଟ୍ଟା ପ୍ରଦାନ କରିବାକୁ କୁହାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ରାଜସ୍ୱ ଅଧିକାରୀ ଡ.ଦିବ୍ୟ ଲୋଚନ ମହନ୍ତ, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା ଓ ଶରତ କୁମାର ପାତ,୍ର ରାଜସ୍ୱ ସହକାରୀ ଅଖିଳ କୁମାର ସାବତଙ୍କ ସମେତ ଉପଖଣ୍ଡସ୍ତରୀୟ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ୭୫ ଜଣ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ