ଏଟିଏମ୍‌ରୁ ସଂକ୍ରମିତ ହେଲେ ଗୁଜୁରାଟର ତିନି ଯବାନ୍‌!

ଗୁଜୁରାଟ : ଗୁଜୁରାଟର ବରଦୋରାଠାରେ ତିନି ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରାଥମିକ ପର୍ଯ୍ୟାୟ ଟେଷ୍ଟ ଅନୁସାରେ ଏକ ଏଟିଏମ୍‌ ବୁଥ୍‌କୁ ଏହି ତିନି ଯବାନ୍‌ମାନେ ବ୍ୟବହାର କରିଥିଲେ । ଗୋଟିଏ ଦିନରେ ତିନିଜଣ ଯାକ ଏଟିଏମ୍‌ରୁ ଟଙ୍କା ଉଠାଇ ନେଇଥିଲେ। ଏଟିଏମ୍ ଯୋଗୁଁ ଏହି ତିନି ଯବାନ୍‌ ସଂକ୍ରମିତ ହୋଇଥିବାର ଆଶଙ୍କା କରାଯାଉଛି। ଏହି ଯବାନ୍‌ଙ୍କ ସମ୍ପର୍କରେ ଆସିଥିବା ୨୮ଜଣ ବ୍ୟକ୍ତିଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ । ଏହି ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌କୁ ପଠାଯାଇଛି ।
ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପୋଲିସ୍‌ କର୍ମୀ, ସୁରକ୍ଷା ବାହିନୀ ଏବଂ ତିନି ବାହିନୀ ଉପରେ ମଧ୍ୟ କରୋନା ପ୍ରଭାବ ପଡିଛି । ନିକଟରେ ମହାରାଷ୍ଟ୍ରର ନୌସେନାରେ କାମ କରୁଥିବା ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହେବା ପରେ ୨୫ ଜଣ ନୌସେନା କର୍ମଚାରୀଙ୍କ ଟେଷ୍ଟ କରାଯାଇଥିଲା । ଏଥିରେ ୨୧ ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିଥିଲା ।
ସୂଚନାଯୋଗ୍ୟ, ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ହୋଇଚାଲିଛି । ଲକ୍‌ ଡାଉନ୍‌ ଜାରି ରହିଥିବା ସତ୍ତ୍ବେ ଦେଶରେ କରୋନା ପ୍ରଭାବ ବଢିବାରେ ଲାଗିଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ହଜାର ଟପିଥିବା ବେଳେ 686ଙ୍କର ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ