ସଦର ମହକୁମାରେ ଏଲ.ପି.ଜି ଗ୍ୟାସ୍ କାଉଁଣ୍ଟର ବନ୍ଦ: ଉପଭୋକ୍ତା ଅସୁବିଧାରେ ସମ୍ମୁଖୀନ

ବନ୍ତ,ଚାନ୍ଦିନୀ ମହାନ୍ତି):ଦୀର୍ଘ ଦିନ ହେବ ବନ୍ତ ସଦର ମହକୁମା ତଥା ପୁରୁଣା ବଜାରସ୍ଥିତ ଦୁର୍ଗା ମଣ୍ଡପ ଠାରେ ସାଇସ୍ୱପ୍ନା ଭାରତ ଗ୍ୟାସ୍ ଏଜେନ୍ସି ପକ୍ଷରୁ ଏକ କାଉଁଣ୍ଟର ଖୋଲା ଯାଇ ଉପଭୋକ୍ତା ମାନଙ୍କୁ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଉଥିଲା । ମାତ୍ର କରୋନା ଲକ୍ ଡାଉନ୍ ହେବାର କିଛି ଦିନ ପରେ ଏହି କାଉଁଣ୍ଟରକୁ ବନ୍ଦ କରି ଦିଆଯାଇଛି । ଫଳରେ ସାଇସ୍ୱପ୍ନା ଭାରତ ଗ୍ୟାସ୍ ଏଜେନ୍ସିର ସଖିପାଟଣାସ୍ଥିତ କାଉଁଣ୍ଟରରେ ଉପଭୋକ୍ତା ମାନଙ୍କ ଭିଡ ଜମୁଛି । ପ୍ରକାଶ ଯେ, ସାଇସ୍ୱପ୍ନା ଭାରତ ଗ୍ୟାସ୍ ଏଜେନ୍ସି ଅଧିନରେ ଭଦ୍ରକ ଜିଲାର ବନ୍ତ, ଭଣ୍ଡାରିପୋଖରୀ, କେନ୍ଦୁଝର ଜିଲାର ହାଟଡିହୀ ବ୍ଲକର ଶହ ଶହ ଉପଭୋକ୍ତା ରହିଛନ୍ତି । ପ୍ରଥମେ ଏଜେନି୍ସ ପକ୍ଷରୁ ସଖିପାଟଣା କାଉଁଣ୍ଟର ଠାରେ ଉପଭୋକ୍ତା ମାନଙ୍କୁ ସିଲିଣ୍ଡର ଯୋଗାଇ ଦିଆଯାଉଥିଲା । ମାତ୍ର ସେଠାରେ ଅଧିକ ଭିଡ ହେବା କାରଣରୁ ବନ୍ତ ପୁରୁଣା ବଜାରସ୍ଥିତ ଦୁର୍ଗା ମଣ୍ଡପ ଠାରେ ଏହାର ୨ୟ କାଉଁଣ୍ଟର ଖୋଲା ଯାଇଥିଲା । ଫଳରେ ବହୁ ଦୂରଦୂରାନ୍ତରୁ ଆସୁଥିବା ଉପଭୋକ୍ତା ମାନେ ସୁବିଧାରେ ସିଲିଣ୍ଡର ନେଇ ପାରୁଥିଲେ । ମାତ୍ର କରୋନା ଲକ୍ ଡାଉନ୍ ପରେ ପ୍ରଶାସନ ପକ୍ଷରୁ ଦୁର୍ଗା ମଣ୍ଡପ କାଉଁଣ୍ଟରଟିକୁ ବନ୍ଦ କରିଦିଆଯାଇଛି । ଫଳରେ ଦୈନନ୍ଦିନ ସଖିପାଟଣା କାଉଁଣ୍ଟର ଠାରେ ଶହ ଶହ ଉପଭୋକ୍ତାଙ୍କ ଭିଡ ଲାଗି ରହୁଛି । ଦୂରଦୂରାନ୍ତରୁ ଆସୁଥିବା ଉପଭୋକ୍ତା ମାନେ ଘଣ୍ଟା ଘଣ୍ଟା ଧରି ଧାଡିରେ ଖରା ବର୍ଷାରେ ଛିଡା ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଦୁର୍ଗା ମଣ୍ଡପ ଠାରେ ପୂର୍ବରୁ ଥିବା କାଉଁଣ୍ଟରକୁ ଖୋଲିବାକୁ ଉପଭୋକ୍ତା ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ