ପିଲାଟିଏ ଗଛଟିଏ ଉପରେ ଭିଡିଓ କନଫେରନ୍ସି

ଛତ୍ରପୁର : ଜିଲ୍ଲାରେ ବ୍ୟାପକ ପରିମାଣରେ ଗଛ ଲଗାଇବା ନିମନ୍ତେ ଆଜି ଅପରାହ୍ନରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓସ୍ୱାନ ହଲ୍ ଠାରେ ଜିଲ୍ଲାର ସମସ୍ତ ବିଡିଓମାନଙ୍କ ସହ ଭିଡିଓ କନଫେରନ୍ସିଂ ମାଧ୍ୟମରେ ସମୀକ୍ଷା କରିଥିଲେ । ଜିଲ୍ଲାରେ ପିଲାଟିଏ ଗଛଟିଏ ପାଇଲେଟ୍ ପ୍ରୋଜେକ୍ଟ ଭାବରେ ଜିଲ୍ଲାପାଳ ଶ୍ରୀକୁଲାଙ୍ଗେ ଶୁଭାରମ୍ଭ କରିବା ନିମନ୍ତେ ଏକ ପ୍ରକାରେ ଚୂଡାନ୍ତ କରିଛନ୍ତି । ଜିଲ୍ଲାରେ ସ୍କୁଲ ଖୋଲିବା ପରେ ସ୍କୁଲର ସମସ୍ତ ପିଲାଙ୍କୁ ଗୋଟିଏ ଲେଖାଁଏ ଗଛ ଦିଆଯିବ ସେମାନେ ନିଜ ନିଜ ଘର ବାରିପଟେ କିମ୍ବା ଆଗପଟେ , କୈାଣସି ସ୍ଥାନରେ ଗଛ ଲଗାଇ ତାହାର ଯତ୍ନ କେମିତି ନେବେ ସେଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ଆଲୋଚନା କରାଯାଇଥିଲ।। ଏହାସହ ଏମନରେଗା ମାଧ୍ୟମରେ ଜିଲ୍ଲାରେ ପୋଖରୀ, ରାସ୍ତାପାଶ୍ୱର୍, ଅଙ୍ଗନୱାଡି ସେଣ୍ଟର, ସ୍କୁଲ ଓ ବିଭିନ୍ନ ସ୍ଥାନରେ ବହୁ ପରିମାଣରେ ଗଛ ଲଗାଇ ସବୁଜ ସୁନ୍ଦର କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଆହ୍ୱାନ ଦେଇଥିଲେ । ଏହାସହ ଗ୍ରାମୀଣ ଗୃହ ଯୋଜାନରେ ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲ।। ଏହି ଭିଡିଓ କନଫେରନ୍ସିରେ ଡିଆରଡିଏ ଏପିଡି ଦେବବ୍ରତ ସାହୁ, ଡୁଡା ପିଡି ସବ୍ୟସାଚୀ ହୋତା, ଜିଲ୍ଲା ଶିକ୍ଷାଅଧିକାରୀ ଡଃ. ସନାତନ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ