ମୋହନା ଯୁବକସଙ୍ଘ ପକ୍ଷରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜନ୍ମ ଦିବସ ପାଳିତ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନିୟ ମହାରାଜା କୃଷ୍ଣଚନ୍ଦ୍ରଗଜପତି ଯୁବକସଙ୍ଘ ପକ୍ଷରୁ ଆଜି ସ୍ଥାନିୟ ବଜାରରେ ଥିବା ମହାରାଜଙ୍କ ପ୍ରତିମୂତ୍ତି ଉପରେ ପୁଷ୍ପମାଲ୍ୟ ଦେଇ୧୨୮ତମ ଜନ୍ମ ଦିବସ ପାଳନ କରାଯାଇଛି । ଓଡିଶାର ଗୌରବ ଓ ଗଜପତିର ମହୁଡ଼ମଣି ମହାରାଜ କୃଷ୍ଣଚନ୍ଦ୍ରଗଜପତିଙ୍କୁ ଆଜି ମନପକାଇଛନ୍ନ୍ତି ସାରା ଗଜପତିବାସୀ ଓ ମୋହନାବାସୀ । ଏନେଇ କାର୍ଯ୍ୟକ୍ରମରେ ନିଜ ଭିତରେ ଦୂରତା ରଖି ମାକ୍ସ ପିନ୍ଧି ଶାନ୍ତି ଶୃଙ୍ଖଳାର ସହ ସମ୍ପାଦକ ଜିତେନ୍ଦ୍ର ବେହେରାଙ୍କ ପରିଚାଳନାରେ ସଭାପତି ଅଜିତିକୁମାର ପାତ୍ର ପୁଷ୍ପମାଲ୍ୟ ଅର୍ପଣ କରଥିଲେ । ଏଥିରେ ସଙ୍ଘର କର୍ମକର୍ତ୍ତା ସନ୍ତୋଷ ପାତ୍ର, ଲକି ଭାଇ ଓ କେଦାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।


